ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‍ଲାଇନ୍‍ ପରୀକ୍ଷା ଆରମ୍ଭ ହୋଇଛି

0 90

ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍‍ଲାଇନ୍‍ ପରୀକ୍ଷା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଫ୍‍ଲାଇନ୍‍ ମାଧ୍ୟମରେ ପରୀକ୍ଷା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ମୋଟ୍‍ ୫୦୪ଟି କେନ୍ଦ୍ର କରାଯାଇଛି ଏବଂ ଏଥିରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ନିୟମିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମେତ ଏକ୍ସ-ରେଗୁଲାର, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକସଙ୍ଗରେ
ଆଜି ଆରମ୍ଭ ହୋଇଛି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ କରୋନା ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ପରୀକ୍ଷା ପରିଚାଳନା ପାଇଁ ୪ ସ୍ତରୀୟ ଯାଞ୍ଚ୍‍କାରୀ ଦଳ ନିଯୁକ୍ତ ହୋଇଛନ୍ତି ।

Leave A Reply