କଟକ ବଡ଼ଡାକ୍ତରଖାନାରେ ଆସନ୍ତା ମାସ ୭ ତାରିଖ ସୁଦ୍ଧା ଏକ୍‍ମୋ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରିବା ନେଇ ସମସ୍ତ ପଦକ୍ଷେପ

0 68

କଟକ ବଡ଼ଡାକ୍ତରଖାନାରେ ଆସନ୍ତା ମାସ ୭ ତାରିଖ ସୁଦ୍ଧା ଏକ୍‍ମୋ ୟୁନିଟ୍‍କୁ କାର୍ଯ୍ୟକ୍ଷମ କରିବା ନେଇ ସମସ୍ତ ପଦକ୍ଷେପ ଶେଷ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ଏ ସଂକ୍ରାନ୍ତ ଭିତ୍ତିଭୂମି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କୁହାଯାଇଛି । ଗତକାଲି ଡାକ୍ତରଖାନାକୁ ଆଉ ଗୋଟିଏ ଏକ୍‍ମୋ ମେସିନ୍‍ ପହଞ୍ଚିବା ପରେ ଏବେ ଏହା ୩କୁ ବୃଦ୍ଧି ପାଇଛି । ଅବଶିଷ୍ଟ ୬ଟି ମେସିନ୍‍ ଚଳିତ ମାସ ଶେଷ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଡାକ୍ତର ଏବଂ ଅନ୍ୟ
ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କର ଏକ ୯ ଜଣିଆ ଦଳ ଆଜି କୋଲକାତା ଗସ୍ତରେ ଯାଉଛନ୍ତି ।

Leave A Reply