Browsing Category

ଦେଶ-ବିଦେଶ

ଲେପ୍ଟନାଣ୍ଟ ଜେନେରାଲ୍‍ ବିଏସ୍‌ ରାଜୁ ମେ ମାସ ପହିଲାରେ ସେନାବାହିନୀର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ

ଲେପ୍ଟନାଣ୍ଟ ଜେନେରାଲ୍‍ ବାଗାବାଲି ସୁମାଶେଖର ରାଜୁ ମେ ମାସ ପହିଲାରେ ସେନାବାହିନୀର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।ବିଜାପୁର ସୈନିକ ସ୍କୁଲ୍‍ର ବିଦ୍ୟାର୍ଥୀ ରହିଥିବା ଲେପ୍ଟନାଣ୍ଟ ଜେନେରାଲ୍‍ ବାଗାବାଲି ସୁମାଶେଖର ରାଜୁ ନ୍ୟାସନାଲ୍‍ ଡିଫେନ୍ସ ଏକାଡେମୀରେଅଧ୍ୟୟନ କରିଥିଲେ ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ
ବିଚାରପତିଙ୍କ ସମ୍ମିଳନୀ ଆରମ୍ଭ

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବେ । ସମ୍ମିଳନୀରେ ଯୋଗଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ଭିଜନ୍‍ ଅଫ୍‍ ଇଣ୍ଡିଆ ୨୦୪୭ ପରିପ୍ରେକ୍ଷୀରେ ସର୍ବସାଧାରଣ ପ୍ରଶାସନ କ୍ଷେତ୍ରରେ ପେଶାଗତ ତାଲିମ୍‍ ପଦ୍ଧତିର ସମୀକ୍ଷା

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍‍ ଅଫ୍‍ ଇଣ୍ଡିଆ ୨୦୪୭ ପରିପ୍ରେକ୍ଷୀରେ ସର୍ବସାଧାରଣ ପ୍ରଶାସନ କ୍ଷେତ୍ରରେ ପେଶାଗତ ତାଲିମ୍‍ ପଦ୍ଧତିର ସମୀକ୍ଷା କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତୀୟ ସର୍ବସାଧାରଣ ପ୍ରଶାସନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି । ସେ କହିଛନ୍ତି, କୋଭିଡ୍‍ ହେଉଛି ଏହାର ସର୍ବବୃହତ ଉଦାହରଣ । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍‍ ସମୟରେ ଦେଶର ସାମର୍ଥ୍ୟକୁ ନେଇ କିଛି ଲୋକ ସନ୍ଦିହାନ ଥିଲେ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ-ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‍ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ…

ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‍ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ପାସରବିନ୍ଧା, ନିମାତପୁର, ବାରବାଟିଆ, କଖଡ଼ା, ବାଜିତପୁର, ସୋହରିଆ, ମନ୍ଦାରସାହି ପଞ୍ଚାୟତରେ ଗଛ ଉପୁଡ଼ି ପଡ଼ିବା ସହ ବିଜୁଳିଖୁଣ୍ଟ ଉପୁଡ଼ିପନି ବିଦ୍ୟୁତ୍‍ ସରବରାହ ବ୍ୟାହତ ହୋଇଛି

ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କର ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଗତକାଲି ରାତି ୯ଟା ୨୦ ମିନିଟ୍‍ରେ କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ହୃଦ୍‍ଘାତରେ ପରଲୋକ ଘଟିଥିବା ସୂଚନା ମିଳିଛି । ଓଡ଼ିଆ ଭାଷାସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା

ଅତି ଆବଶ୍ୟକ ନ ଥିଲେ ପୂର୍ବାହ୍ନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରକୁ ନ ଆସିବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର…

ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ପୂର୍ବପରି ବଳବତ୍ତର ରହିଛି । ରବିବାରରେ ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍‍ ଉପରେ ରେକର୍ଡ଼ କରାଯାଇଛି ।ସର୍ବାଧିକ ଦିନ ତାପମାତ୍ରା ୪୩ ଦଶମିକ ୩ ଡିଗ୍ରୀ ସେଲ୍‍ସିୟସ୍‍ ଭୁବନେଶ୍ୱରଠାରେ ରେକର୍ଡ଼ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ା,

ରାଜ୍ୟରେ ଗତକାଲି ୨୪ ଘଣ୍ଟା ମଧ୍ୟରେ ୯ ଜଣ ନୂଆ କରୋନା
ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତକାଲି ୨୪ ଘଣ୍ଟା ମଧ୍ୟରେ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଚିହ୍ନଟ ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩ଜଣ ସଂକ୍ରମିତ ଅଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ

ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର
ସର୍ଭେ କାର୍ଯ୍ୟ ପ୍ରାୟ ଶେଷ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି-ଭଦ୍ରାଚଳମ୍‍ ରେଳ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଜୁନାଗଡ଼ଠାରୁ ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ପ୍ରାୟ ଶେଷ ହୋଇଆସିଲାଣି ବୋଲି ମନ୍ତ୍ରୀ କହିଛନ୍ତି

ଅମୃତ ସରୋବର କାର୍ଯ୍ୟକ୍ରମ ଆରମ୍ଭ- ଜଳାଶୟର ଚାରିପଟେ ନିମ୍ବ, ଓସ୍ତ ଓ ବରଗଛ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ଅମୃତ ସରୋବର କାର୍ଯ୍ୟକ୍ରମ ଆରମ୍ଭହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ବାଜଳାଶୟ