ଅତି ଆବଶ୍ୟକ ନ ଥିଲେ ପୂର୍ବାହ୍ନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରକୁ ନ ଆସିବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି

108

ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ପୂର୍ବପରି ବଳବତ୍ତର ରହିଛି । ରବିବାରରେ ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍‍ ଉପରେ ରେକର୍ଡ଼ କରାଯାଇଛି ।ସର୍ବାଧିକ ଦିନ ତାପମାତ୍ରା ୪୩ ଦଶମିକ ୩ ଡିଗ୍ରୀ ସେଲ୍‍ସିୟସ୍‍ ଭୁବନେଶ୍ୱରଠାରେ ରେକର୍ଡ଼ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ ଏବଂ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍‍ ଉପରେ ରହିଥିଲା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ପାଇପାରେ ।


ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଅତି ଆବଶ୍ୟକ ନ ଥିଲେ ପୂର୍ବାହ୍ନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରକୁ ନ ଆସିବାକୁ ସେ କହିଛନ୍ତି । ଗ୍ରୀଷ୍ମର ପ୍ରକୋପକୁ ମୁକାବିଲା କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ଏସ୍‍.ଆର୍‍.ସି. ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed, but trackbacks and pingbacks are open.