ବିଧାୟକଙ୍କ ପାଇଁ ତିଆରି ହେବ ବହୁତଳ ପ୍ରାସାଦ, ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୂର୍ବତନ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

0 735

ଭୁବନେଶ୍ୱର – ଆସନ୍ତା ତିନି ଦିନ ମଧ୍ୟରେ ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୂର୍ବତନ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କେତେକ ବିଧାୟକଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସେମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ି ନ ଥିବାରୁ ବର୍ତ୍ତମାନର ବିଧାୟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ବର୍ତ୍ତମାନର ମଧ୍ୟ କିଛି ବିଧାୟକଙ୍କୁ କ୍ୱାର୍ଟର୍ସ ଛାଡ଼ିବାକୁ ପଡ଼ିବ । ନିର୍ମାଣ ହେବାକୁ ଥିବା ବହୁତଳ ପ୍ରାସାଦ ଲାଗି କ୍ୱାର୍ଟର୍ସ ଖାଲି କରିବାକୁ ପଡ଼ିବ । ସାମୟିକ ଭାବେ ବର୍ତ୍ତମାନର ବିଧାୟକଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ଆସନ୍ତା ମାସରୁ ବିଧାୟକଙ୍କ ଲାଗି ବହୁତଳ ପ୍ରାସାଦ ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି

Leave A Reply