ଭୁବନେଶ୍ୱର – ଦୁର୍ଘଟଣାରେ ପ୍ରଥମ ୪୮ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ଗୋଟିଏ କଲ୍ ସେଣ୍ଟରରୁ ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ସେବା ପରିଚାଳିତ ହେବ । ଫଳରେ ଆହତମାନଙ୍କୁ ସହଜରେ ମାଗଣା ଆମ୍ବୁଲାନ୍ସ ସେବା ମିଳିପାରିବ ।
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ଓ ୪୮ଘଣ୍ଟା ମଧ୍ୟରେ ମାଗଣାରେ ଜୀବନରକ୍ଷାକାରୀ ଚିକିତ୍ସା ଯୋଗାଇବା ଦ୍ୱାରା ବହୁ ଜୀବନ ମୃତ୍ୟୁମୁଖରୁ ବଞ୍ôଚଯିବ । ଏହି ସମୟକୁ ଗୋଲଡେନ ଆୱାର ମ୍ୟାନେଜମେଣ୍ଟ ଭାବେ ଅଭିହିତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ
ଅସିତ୍ ତ୍ରିପାଠୀ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ବିନା ମୂଲ୍ୟରେ ଉଚ୍ଚମାନର ଜୀବନ ରକ୍ଷାକାରୀ ଚିକିତ୍ସା ଯୋଗାଇବା ନିମନ୍ତେ ଥିବା ସରକାରୀ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।