ରାଜ୍ୟର ୧୦୭ ବିଜ୍ଞପିତ ଅଞ୍ଚଳ ପରିଷଦ – ଏନ୍‍.ଏ.ସି. ଓ ପୌରପାଳିକାର ୧ ହଜାର ୭୫୬ କାଉନ୍‍ସିଲର୍‍ ପଦବୀ ପାଇଁ…

ରାଜ୍ୟର ୧୦୭ ବିଜ୍ଞପିତ ଅଞ୍ଚଳ ପରିଷଦ - ଏନ୍‍.ଏ.ସି. ଓ ପୌରପାଳିକାର ୧ ହଜାର ୭୫୬ କାଉନ୍‍ସିଲର୍‍ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଅନୁସୂଚିତ ଜାତିପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତିପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ

ଦୁର୍ନୀତି କରି ବରିଷ୍ଠ ଆଇଏଏସ୍‌ ଚାକିରିରୁ ବିଦା

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍‍. ଅଧିକାରୀ ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସୂଚନା ଅନୁସାରେ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା

ରାଜ୍ୟରେ ପୁଣି ସ୍କୁଲ୍‍ ଖୋଲିବା ନେଇ ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ୨ ମାସର ସମୟ ଦେଇଛନ୍ତି

ରାଜ୍ୟରେ ପୁଣି ସ୍କୁଲ୍‍ ଖୋଲିବା ନେଇ ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ୨ ମାସର ସମୟ ଦେଇଛନ୍ତି । କରୋନା ସଂକ୍ରମଣ ସ୍ଥିତିଯୋଗୁଁ ପୁଣି ବନ୍ଦ୍‍ ହେବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ଦାଏର ହୋଇଥିଲା । ଏହାର ଶୁଣାଣି କରି ଆଜି ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି

ଏମ୍‍ବିବିଏସ୍‍ ଓ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖା ଲାଗି ଚଏସ ଫିଲିଂ ଓ ଲକିଂ ଆରମ୍ଭ

ଏମ୍‍ବିବିଏସ୍‍ ଓ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖା ଲାଗି ଚଏସ ଫିଲିଂ ଓ ଲକିଂ ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟାରୁ ଆସନ୍ତାକାଲି ରାତି ୧୧ଟା ୫୯ମିନିଟ୍‍ ସୁଦ୍ଧା ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍‍ ଫିଲିଂ ଓ ଲକିଂ କରିପାରିବେ । ୫ତାରିଖ ପର୍ଯ୍ୟନ୍ତ ଆଲଟମେଣ୍ଟ ଅନୁଷ୍ଠିତ ହେବ ଏବଂ

କେନ୍ଦ୍ର ସରକାର ଆଗତ କରିଥିବା ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି

୨୦୨୨-୨୩ ଆର୍ôଥକ ବର୍ଷ ପାଇଁ କେନ୍ଦ୍ର ସରକାର ଆଗତ କରିଥିବା ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବଜେଟ୍‍ରେ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି । ମୂଲ୍ୟବୃଦ୍ଧି ଓ ମୁଦ୍ରାସ୍ପିତି ଯୋଗୁଁ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼, କଟକ, ଜଗତ୍‍ସିଂହପୁର, ଗଜପତି, ଗଞ୍ଜାମ,…

ରାଜ୍ୟରେ ପାଗ ଆଜି ମୁଖ୍ୟତଃ ଶୁଖିଲା ରହିଥିଲା । ଉପକୂଳବର୍ତ୍ତୀ ଜିଲ୍ଲା ଜଗତ୍‍ସିଂହପୁର, ଖୋର୍ଦ୍ଧା, ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ପରିଲକ୍ଷିତ ହୋଇଛି । ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା

ଓଡ଼ିଶାରେ ରେଳବାଇ ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ

। ଓଡ଼ିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି । ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ସକାଶେ ୮୫ କୋଟି ଏବଂ ତାଳଚେର-ବିମଳାଗଡ଼ ରେଳପଥ ନିମନ୍ତେ ୨୫୦

କେନ୍ଦ୍ର ବଜେଟ୍‍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ

କେନ୍ଦ୍ର ବଜେଟ୍‍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୂର୍ବ ଆର୍ଥିକ ବର୍ଷ ବଜେଟ୍‍ ତୁଳନାରେ ପ୍ରାୟ ୨୦ହଜାର କୋଟିରୁ ଅଧିକ ଥିବା ଜଣାପଡିଛି । ଏହା ଅଟକି ରହିଥିବା ପ୍ରକଳ୍ପ କାର୍ଯ୍ୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ବଢାଇବାରେ ସହାୟକ ହେବ ।

ଚଳିତବର୍ଷ ପ୍ରଥମ କରି ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ପାଇଁ ନାମ ଲେଖା ହେବ

ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ଭେଷଜ ମହାବିଦ୍ୟାଳୟର ଏମ୍‍.ବି.ବି.ଏସ୍‍. ଓ ବି.ଡି.ଏସ୍‍. ଆସନରେ ନାମଲେଖା ହେବ । ରାଜ୍ୟର ଭାଗ ୮୫ ୍ରତିଶତ ହାରରେ ୧୪ ଶହ ୬୬ ଆସନରେ ନୀଟ୍‍ ର‌୍ୟାଙ୍କ୍‍ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ଜାତୀୟ ସ୍ତରୀୟ

ଆଗାମୀ ଗୁରୁବାରଠାରୁ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା

ଆଗାମୀ ଗୁରୁବାରଠାରୁ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇ କହିଛି, ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ