ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ଭେଷଜ ମହାବିଦ୍ୟାଳୟର ଏମ୍.ବି.ବି.ଏସ୍. ଓ ବି.ଡି.ଏସ୍. ଆସନରେ ନାମଲେଖା ହେବ । ରାଜ୍ୟର ଭାଗ ୮୫ ୍ରତିଶତ ହାରରେ ୧୪ ଶହ ୬୬ ଆସନରେ ନୀଟ୍ ର୍ୟାଙ୍କ୍ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ଜାତୀୟ ସ୍ତରୀୟ ୧୫ ୍ରତିଶତ କୋଟାକୁ ମିଶାଇଲେ ମୋଟ୍ ୧୬ ଶହ ୬୩ ଆସନରେ ବିଦ୍ୟାର୍ଥୀମାନେ ନାମ ଲେଖାଇବେ । ଏବର୍ଷ ପ୍ରଥମ କରିପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ୧୦୦ଟି ଏମ୍.ବି.ବି.ଏସ୍. ସିଟ୍ ।ଇଁ ନାମଲେଖା ହେବ । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓ.ଜେ.ଇ.ଇ. ପକ୍ଷରୁ ଏହି ସୂଚନା ଦିଆଯାଇଛି ।