କେନ୍ଦ୍ର ବଜେଟ୍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୂର୍ବ ଆର୍ଥିକ ବର୍ଷ ବଜେଟ୍ ତୁଳନାରେ ପ୍ରାୟ ୨୦ହଜାର କୋଟିରୁ ଅଧିକ ଥିବା ଜଣାପଡିଛି । ଏହା ଅଟକି ରହିଥିବା ପ୍ରକଳ୍ପ କାର୍ଯ୍ୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ବଢାଇବାରେ ସହାୟକ ହେବ । ବୈଷୟିକ ଓ ଯାତ୍ରୀ ନିରାପତ୍ତାକୁ ବଜେଟ୍ରେ ଗୁରୁତ୍ୱ ଦିଆଯାଇଥିବାରୁ ରେଳବିଭାଗ ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଛନ୍ତି ।