। ଓଡ଼ିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି । ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ସକାଶେ ୮୫ କୋଟି ଏବଂ ତାଳଚେର-ବିମଳାଗଡ଼ ରେଳପଥ ନିମନ୍ତେ ୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ନୂଆପଡ଼ା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି, ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୧୬୪ କୋଟି ଏବଂ ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ପାଇଁ ୭୯ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନୁରୂପ
ଭାବେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନ୍କୁ ବଜେଟ୍ରେ ମଞ୍ଜୁରି ମିଳିଛି ।
Sign in
Sign in
Recover your password.
A password will be e-mailed to you.