ରାଜ୍ୟରେ ପୁଣି ସ୍କୁଲ୍‍ ଖୋଲିବା ନେଇ ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ୨ ମାସର ସମୟ ଦେଇଛନ୍ତି

0 59

ରାଜ୍ୟରେ ପୁଣି ସ୍କୁଲ୍‍ ଖୋଲିବା ନେଇ ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ୨ ମାସର ସମୟ ଦେଇଛନ୍ତି । କରୋନା ସଂକ୍ରମଣ ସ୍ଥିତିଯୋଗୁଁ ପୁଣି ବନ୍ଦ୍‍ ହେବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ଦାଏର ହୋଇଥିଲା । ଏହାର ଶୁଣାଣି କରି ଆଜି ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେବାକୁ ସରକାରଙ୍କୁ କହିଛନ୍ତି । ସୂଚନା ଅନୁସାରେ ଆବେଦନରେ ଦର୍ଶାଯାଇଥିଲା, କରୋନା କଟକଣା ଯୋଗୁଁ ସରକାର ଶିକ୍ଷାନୁଷ୍ଠାନ ବନ୍ଦ୍‍ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ
ଚିନ୍ତା କରିବା ଆବଶ୍ୟକ । ଗତ ୨ ବର୍ଷ ହେଲା ସମୟ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ୍‍ ରଖାଯାଉଛି । ଏହିଭଳି ସ୍ଥିତିରେ ତୁରନ୍ତ କରୋନା କଟକଣା ମଧ୍ୟରେ ସ୍କୁଲ୍‍ ଖୋଲାଯିବାପାଇଁ ଆବେଦନରେ ଉଲ୍ଲେଖ କରାଯାଇଛି ।

Leave A Reply