ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀ ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସୂଚନା ଅନୁସାରେ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ଶ୍ରୀ କୁମାର ବେଆଇନ ଭାବେ ୩୩ କୋଟି ୩୪ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଅଭିଯୋଗ ହୋଇଥିଲା ।
ସେଥିପାଇଁ ତାଙ୍କ ବିରୋଧରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ ମାମଲା ଦାଏର କରିଥିଲେ । ସେଥିମଧ୍ୟରୁ ୨ଟି ମାମଲାରେ ଶ୍ରୀ କୁମାର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.