ଓଡ଼ିଶା ଝାଡ଼ଖଣ୍ଡ ପରେ ଦେଶର ଦ୍ୱିତୀୟ ରାଜ୍ୟ -ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍‍ ନିର୍ମାଣ…

ଢେଙ୍କାନାଳ ଜିଲ୍ଲା କପିଳାସ ନିକଟରେ ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍‍ ନିର୍ମାଣ କରାଯିବ । ଜାତୀୟ ବନ୍ୟାପ୍ରାଣୀ ସଂସ୍ଥା ଏଥିପାଇଁ ଅନୁମତି ଦେଇଛି । ଇତିମଧ୍ୟରେ ବିଭାଗୀୟ ଅଧିକାରୀ କ୍ଷେତ୍ର ପ୍ରଦର୍ଶନ କରିସାରିଛନ୍ତି । ରେଳବାଇ ଓ ଢେଙ୍କାନାଳ ବନଖଣ୍ଡ

ଚଳିତ ବର୍ଷ ଖରିଫ୍‍ ଫସଲ ପାଇଁ ରାଜ୍ୟ ସରକାର୯ହଜାର କୋଟି ଟଙ୍କାର କୃଷିଋଣ ଯୋଗାଇ ଦେବେ

ଚଳିତ ବର୍ଷ ଖରିଫ୍‍ ଫସଲ ପାଇଁ ସମବାୟ ସଂସ୍ଥା ଜରିଆରେ ୯ ହଜାର କୋଟି ଟଙ୍କାର କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଏବଂ ବିଭିନ୍ନ ପ୍ରାଥମିକ କୃଷିଋଣ ସମବାୟ ସମିତି ମାଧ୍ୟମରେ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ-ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‍ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ…

ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‍ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ପାସରବିନ୍ଧା, ନିମାତପୁର, ବାରବାଟିଆ, କଖଡ଼ା, ବାଜିତପୁର, ସୋହରିଆ, ମନ୍ଦାରସାହି ପଞ୍ଚାୟତରେ ଗଛ ଉପୁଡ଼ି ପଡ଼ିବା ସହ ବିଜୁଳିଖୁଣ୍ଟ ଉପୁଡ଼ିପନି ବିଦ୍ୟୁତ୍‍ ସରବରାହ ବ୍ୟାହତ ହୋଇଛି

ଫିନ୍‍ଟେକ୍‍ ସମ୍ପର୍କିତ ନୂତନ ଷ୍ଟାର୍ଟ ଅପ୍‍ଗୁଡ଼ିକ ଏବେ ଦେଶବ୍ୟାପୀ ଉତ୍ତମ କାର୍ଯ୍ୟ କରୁଛନ୍ତି – ମୋଦି

ଦେଶବ୍ୟାପୀ ଡିଜିଟାଲ୍‍ ନେଣଦେଣ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆକାଶବାଣୀର ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦୁର୍ଗମ ଅଞ୍ଚଳ, ଛୋଟ ସହର ସମେତ

ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କର ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଗତକାଲି ରାତି ୯ଟା ୨୦ ମିନିଟ୍‍ରେ କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ହୃଦ୍‍ଘାତରେ ପରଲୋକ ଘଟିଥିବା ସୂଚନା ମିଳିଛି । ଓଡ଼ିଆ ଭାଷାସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା

ଅତି ଆବଶ୍ୟକ ନ ଥିଲେ ପୂର୍ବାହ୍ନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରକୁ ନ ଆସିବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର…

ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ପୂର୍ବପରି ବଳବତ୍ତର ରହିଛି । ରବିବାରରେ ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍‍ ଉପରେ ରେକର୍ଡ଼ କରାଯାଇଛି ।ସର୍ବାଧିକ ଦିନ ତାପମାତ୍ରା ୪୩ ଦଶମିକ ୩ ଡିଗ୍ରୀ ସେଲ୍‍ସିୟସ୍‍ ଭୁବନେଶ୍ୱରଠାରେ ରେକର୍ଡ଼ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ା,

ରାଜ୍ୟରେ ଗତକାଲି ୨୪ ଘଣ୍ଟା ମଧ୍ୟରେ ୯ ଜଣ ନୂଆ କରୋନା
ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତକାଲି ୨୪ ଘଣ୍ଟା ମଧ୍ୟରେ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଚିହ୍ନଟ ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩ଜଣ ସଂକ୍ରମିତ ଅଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ

ଶ୍ରୀମନ୍ଦିରରେ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୋମବାର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟାପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନୀତି ଓ ପରମ୍ପରା ଅନୁସାରେ

ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର
ସର୍ଭେ କାର୍ଯ୍ୟ ପ୍ରାୟ ଶେଷ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି-ଭଦ୍ରାଚଳମ୍‍ ରେଳ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଜୁନାଗଡ଼ଠାରୁ ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ପ୍ରାୟ ଶେଷ ହୋଇଆସିଲାଣି ବୋଲି ମନ୍ତ୍ରୀ କହିଛନ୍ତି

ଆଗାମୀ ମାସ ୩ – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା

ଆଗାମୀ ମାସ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ଠାରୁ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଯାତ୍ରାରେ ସର୍ବସାଧାରଣ ଭକ୍ତ ସାମିଲ ହେବା ଲାଗି ଅନୁମତି ମିଳିବା ସହିତ