ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୋମବାର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା
ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନୀତି ଓ ପରମ୍ପରା ଅନୁସାରେ ଦଇତାପତି
ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗି ନୀତି ସମ୍ପାଦନ କରିବେ । ପଇତା ଲାଗି ନୀତି ସମ୍ପନ୍ନ ପରେ ଭକ୍ତମାନେ ପୁଣି ଦର୍ଶନ
କରିପାରିବେ ।
ପୁରୀ ରଥଯାତ୍ରା ଲାଗି ବୌଦ ଜିଲ୍ଲା ମନମୁଣ୍ଡା ରେଞ୍ଜ୍ରୁ ୧୦୯ ଖଣ୍ଡ କାଠ ପଠାଯାଇଛି । ଏହି କାଠଗୁଡ଼ିକୁ ଆଜି ସଡ଼କ ପଥରେ କଟକ ଶ’
ମିଲ୍କୁ ସ୍ଥାନାନ୍ତରିତ କରାଯାଇଛି । ବନଖଣ୍ଡ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରଥଯାତ୍ରା ପାଇଁ ଗୁନ୍ଦୁଲିଆ ସେକ୍ସନ୍ ଅନ୍ତର୍ଗତ ସୁବର୍ଣ୍ଣଗିରି
ସଂରକ୍ଷିତ ଜଙ୍ଗଲର ମାଳତୀଗୋଛାପଡ଼ା ଠାରେ ଏହି କାଠ ସଂଗ୍ରହ ଲାଗି ଗଛ କଟାଯାଇଥିଲା । ଗୁନ୍ଦୁଲିଆ ଏବଂ ମନମୁଣ୍ଡାଠାରେ ଗ୍ରାମବାସୀ ରଥକାଠ ପୂଜା କରିଥିଲେ ।
Comments are closed, but trackbacks and pingbacks are open.