ପ୍ରାଇଭେଟ୍‌ ସ୍କୁଲର ତିନି ମାସର ଫି’ ହ୍ରାସ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ

ଭୁବନେଶ୍ୱର - କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‍ଡାଉନ୍‍ ଯୋଗୁଁ ସମାଜର ପ୍ରାୟ ସବୁ ବର୍ଗର ଲୋକଙ୍କ ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପଡ଼ିଛି । ତେଣୁ ଏହି ପରିପ୍ରେକ୍ଷୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।…

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଗାଡି କଟକଣା କୋହଳ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ରାଜ୍ୟରେ ଲକ୍‍ଡାଉନ୍‍ ସମୟରେ ଅଣ୍ଡର୍‍ଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ଦେଇଥିବା ରାୟର ଆଜି ଏହାର ସଂଶୋଧନ  କରିଛନ୍ତି । କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।…

କରୋନା ମହାମାରୀର ମୁକାବିଲା -କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ

ନୂଆଦିଲ୍ଲୀ ୧୧-୦୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଶତପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଉଭୟ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟସେବା ବିକାଶ ଲାଗି ବିନିଯୋଗ କରାଯିବ । ଏହି ‘ଭାରତ କୋଭିଡ୍‍-୧୯ ଜରୁରୀ…

ଲକ୍‍ଡାଉନ ଓ  ସାମାଜିକ ଦୂରତ୍ୱ ନିୟମକୁ ଭଲଭାବେ ପାଳନ  ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି, ନିଜର ତଥା ସମାଜର ମଙ୍ଗଳ ପାଇଁ ସମସ୍ତେ ଲକ୍‍ଡାଉନ ଓ ସାମାଜିକ ଦୂରତ୍ୱ ନିୟମକୁ ଭଲଭାବେ ପାଳନ କରନ୍ତୁ ଏବଂ କରୋନା ବିରୋଧୀ ସଂଗ୍ରାମରେ ପୋଲିସ୍‍ କର୍ମଚାରୀଙ୍କ ନିଷ୍ଠାପର ସେବା ଓ ତ୍ୟାଗକୁ ସମ୍ମାନ…

ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ  ଲୋକାର୍ପିତ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ  ଲୋକାର୍ପିତ କରିଛନ୍ତି । ଭୁବନେଶ୍ୱର ସମ୍‍ ହସ୍ପିଟାଲରେ ଏହି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା ସୁବିଧା କେନ୍ଦ୍ର ଉଦ୍‍ଘାଟିତ ହୋଇଛି । ଏଠାରେ ୫୨୫ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର…

 କରୋନା ବିରୋଧରେ ଲମ୍ବା ଲଢେଇରେ ଆମେ ବିଜୟୀ ହେବା – ମୋଦୀ

ନୂଆଦିଲ୍ଲୀ - କରୋନା ଭୂତାଣୁ ବିଶ୍ୱବ୍ୟାପୀ ମହାମାରୀ ଭାବେ ଉଭା ହୋଇଥିବାବେଳେ ଭାରତ ଅନ୍ୟସବୁ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ଦେଶ, ଯିଏ ଏହି ଭୂତାଣୁକୁ ବୁଝିଛି ଏବଂ ଏହା ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ କରିଛି । ଏଥିରେ ଥକିବାର ନାହିଁ କି ହାରିବାର ନାହିଁ । ଏହି  ଲମ୍ବା  ଲଢ଼େଇରେ ଆମକୁ…

ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ ପ୍ରତିଶତ ହ୍ରାସ – କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ ୦୭।୦୪ - କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ପ୍ରତିଶତ ହ୍ରାସ କରାଯାଇଛି । …

ଜେଇଇ ଆଡଭାନ୍ସଡ୍‍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର - ଦେଶର ୨୩ଟି ଆଇ.ଆଇ.ଟିରେ ନାମଲେଖା ପାଇଁ ମେ’ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଭାନ୍ସଡ୍‍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ କରୋନାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୁଣି କେବେ ଏହି ପରୀକ୍ଷା ଅନୁଷ୍ଠିତ…

ତିନିମାସ ପର୍ଯ୍ୟନ୍ତ ଘରଭଡ଼ା ଆଦାୟ ବିଳମ୍ବ କିମ୍ବା ଛାଡ଼ କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପରିସ୍ଥିତି ନେଇ ତିନିମାସ ପର୍ଯ୍ୟନ୍ତ ଘରଭଡ଼ା ଆଦାୟ ବିଳମ୍ବ କିମ୍ବା ଛାଡ଼ କରିବା ପାଇଁ ଘର ମାଲିକମାନଙ୍କୁ ନିବେଦନ କରିଛନ୍ତି । ଟୁଇଟ୍‍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କଠିନ ସମୟରେ ଆମେ ସମସ୍ତେ ମଣିଷ ପଣିଆର ପରିଚୟ ଦେଇ ପରସ୍ପରକୁ…

ଲକଡାଉନ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ - ଲକଡାଉନ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ୱରାଷ୍ଟ୍ର ବିଭାଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା (ଡିଏମ୍‍) ଆଇନ୍‍ ୨୦୦୫ ଓ ଆଇପିସି ଆଧାରରେ ମାମଲା ରୁଜୁ…