ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଗାଡି କଟକଣା କୋହଳ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ

0 1,662

ରାଜ୍ୟରେ ଲକ୍‍ଡାଉନ୍‍ ସମୟରେ ଅଣ୍ଡର୍‍ଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ଦେଇଥିବା ରାୟର ଆଜି ଏହାର ସଂଶୋଧନ  କରିଛନ୍ତି । କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି । ଏଥିପାଇଁ ସେମାନଙ୍କୁ ତିନି ଥର ଯାଏ କୋହଳ କରାଯିବା ସହ ଅଣ୍ଡରଟେକିଂ ନେଇ ଛାଡ଼ଇ ଦିଆଯାଇପାରିବ ।

ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକ୍‍ଡାଉନ୍‍ ନିର୍ଦ୍ଦେଶ ଲାଗୁ ହେବ । ବଜାରକୁ ଗାଡ଼ି ନେଇ ଗଲେ ଜବତ୍‍ ହେବ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ । ତେବେ କୋଭିଡ଼୍‍-୧୯ ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗାଡ଼ି ନେଇ ଯାଉଥିଲେ ସେମାନଙ୍କ ପରିଚୟ ପତ୍ର ଦେଖି ଛାଡ଼ିଦେବାକୁ ପୁଲିସ୍‍କୁ କୁହାଯାଇଛି । ଗତକାଲି ହାଇକୋର୍ଟ ଦେଇଥିବା ରାୟର ପୁ ନଃବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‍ଭୋକେଟ୍‍ ଜେନେରାଲ୍‍ ଓ ଅତିରିକ୍ତ ଆଡ୍‍ଭୋକେଟ୍‍ ଜେନେରାଲ୍‍ ଡି.କେ. ମହାନ୍ତି ଆବେଦନ କରିଥିଲେ ।

Leave A Reply