ଜେଇଇ ଆଡଭାନ୍ସଡ୍ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର – ଦେଶର ୨୩ଟି ଆଇ.ଆଇ.ଟିରେ ନାମଲେଖା ପାଇଁ ମେ’ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଭାନ୍ସଡ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ କରୋନାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୁଣି କେବେ ଏହି ପରୀକ୍ଷା ଅନୁଷ୍ଠିତ ହେବ, ସେ ନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ।