ନୂଆଦିଲ୍ଲୀ – କରୋନା ଭୂତାଣୁ ବିଶ୍ୱବ୍ୟାପୀ ମହାମାରୀ ଭାବେ ଉଭା ହୋଇଥିବାବେଳେ ଭାରତ ଅନ୍ୟସବୁ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ଦେଶ, ଯିଏ ଏହି ଭୂତାଣୁକୁ ବୁଝିଛି ଏବଂ ଏହା ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ
କରିଛି । ଏଥିରେ ଥକିବାର ନାହିଁ କି ହାରିବାର ନାହିଁ । ଏହି ଲମ୍ବା ଲଢ଼େଇରେ ଆମକୁ ଜିତିବାର ଅଛି ଏବଂ ବିଜୟୀ ହୋଇ ଫେରିବାର ଅଛି ବୋଲି ଆଜି ବି.ଜେ.ପି.ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ କାର୍ଯ୍ୟକର୍ତ୍ତାମାନଙ୍କୁ ୫ଟି କାର୍ଯ୍ୟ କରିବାକୁ କହିଛନ୍ତି ।
କରୋନା ବିରୋଧୀ ଲଢ଼େଇରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ମଧ୍ୟ ସାମିଲ୍ ରହିଛି । ସେହିପରି ପି.ଏମ୍. କେୟାର୍ସ ପାଣ୍ଠିକୁ ସହାୟତା କରିବା ଲାଗି ଶ୍ରୀ ମୋଦି କାର୍ଯ୍ୟକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତେ ମାସ୍କ ଓ ସଫା କଫନାରେ ମୁହଁ ଢାଙ୍କିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।