କେନ୍ଦ୍ର ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ । ଏଥିସହିତ ସ୍ୱଚ୍ଛ ଭାରତ ଅଭିଯାନର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ଆରମ୍ଭ ହେବ ।
ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ପରିମଳ ସମ୍ମେଳନ (ଏମଜିଆଇଏସି) ୪ ଦିନ ଧରି ଆୟୋଜିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ସାରା ବିଶ୍ୱରୁ ସ୍ୱଚ୍ଛତା ମନ୍ତ୍ରୀ ଏବଂ ୱାଶ (ଜଳ, ପରିମଳ ଏବଂ ସ୍ୱାସ୍ଥ୍ୟରକ୍ଷା) ନେତୃବୃନ୍ଦ ଏକତ୍ରିତ ହେବେ । ଏଥିରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାନ୍ୟ ବ୍ୟକ୍ତିମାନେ ଯୋଗଦେବେ, ଏଥିପାଇଁ ପ୍ରସ୍ତୁତି ଏବେ ଜାରି ରହିଛି । ଏହି ସମ୍ମିଳନୀ ୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀରେ ଉଦଯାପିତ ହେବ, ଯାହା ମଧ୍ୟ ସ୍ୱଚ୍ଛ ଭାରତ ଦିବସ ଭାବେ ପାଳନ କରାଯିବ । ଏହି ଦିବସ ଅବସରରେ ଦେଶବ୍ୟାପୀ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ଏବଂ ଅଭିଯାନ ଆୟୋଜନ କରାଯିବା ଲାଗି ଯୋଜନା କରାଯାଇଛି ।
୨ ଅକ୍ଟୋବର, ୨୦୧୯ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶକୁ ଖୋଲା ମଳମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ଅତି ଭଲ ପାଉଥିଲେ । ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବା ସମୟରେ ଗ୍ରାମାଂଚଳରେ ପରିମଳ ସ୍ଥିତି ମାତ୍ର ୩୯% ଥିବା ବେଳେ ଆଜି ଏହା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରି ୯୨%ରେ ପହଁଚିଛି । ଏହାର କାର୍ୟ୍ୟାନ୍ୱୟନରେ ଅଭ୍ୟାସଗତ ପରିବର୍ତ୍ତନ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ସମସ୍ତଙ୍କ ପାଇଁ ଯଥେଷ୍ଟ ଏବଂ ସମାନ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟରକ୍ଷା ଲକ୍ଷ୍ୟ ହାସଲ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି ୬.୨)ର ସଫଳତା ଉପରେ ସ୍ୱଚ୍ଛ ଭାରତ ମିଶନର ସଫଳତା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ଏହାସହିତ ସମସ୍ତ କ୍ଷେତ୍ର ଏବଂ ସମସ୍ତ ସର୍ବସାଧାରଣ ସ୍ଥାନରେ ପରିମଳ ସ୍ତରରେ ଉନ୍ନତି ଆଣିବା ଲାଗି ସମନ୍ୱିତ ପଦକ୍ଷେପ ନିଆଯାଉଛି । ସ୍ୱଚ୍ଛତା ସଫଳତା କାହାଣୀ ଏବଂ ଶିକ୍ଷା ସମସ୍ତ ଅଂଶଗ୍ରହରଣକାରୀ ଦେଶଗୁଡ଼ିକ ସହିତ ବାଣ୍ଟିବା ବିଶ୍ୱ ସମ୍ମିଳନୀର ଲକ୍ଷ୍ୟ ।