ଦେଶବ୍ୟାପୀ ସ୍ୱଚ୍ଛତା ଆନ୍ଦୋଳନ, ସ୍ୱଚ୍ଛ ଭାରତ ଅଭିଯାନ (ଏସବିଏମ) ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ବର୍ତ୍ତମାନ ଏହା ଅନ୍ତିମ ପର୍ୟ୍ୟାୟରେ ପହଁଚିଛି । ଏହି ଅବସରରେ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ସ୍ୱଚ୍ଛତା ପାଇଁ ଜନ ଆନ୍ଦୋଳନ ‘ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୧୮’ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତବର୍ଷର ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫଳତା ପରେ ଚଳିତ ବର୍ଷ ଏହି ଅଭିଯାନ ପାଳନ କରାଯିବ । ଏସଏଚଏସ ୨୦୧୮ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମେଳନ (ଏମଜିଆଇଏସସି) ସହିତ ଯୋଡ଼ିହେବ, ଏଥିସହିତ ମହାତ୍ମା ଗାନ୍ଧୀଙ୍କ ଜନ୍ମର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଆରମ୍ଭ ହେବ । ଏସଏଚଏସର ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଭାରତ ସଂକଳ୍ପକୁ ବାସ୍ତବ ରୂପ ଦେବା ଲାଗି ଜନ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା । ଏହା ମଧ୍ୟ ‘ସମସ୍ତଙ୍କ ପାଇଁ ସ୍ୱଚ୍ଛତା’ ବିଶ୍ୱାସକୁ ପୁନଃସ୍ଥାପିତ କରିବ । ଆଜି ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ସଚିବ ଶ୍ରୀ ପରମେଶ୍ୱରନ ଆୟାର ଏହି ଅଭିଯାନର ବିଶେଷତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ନିମ୍ନରେ ଏହି ଅଭିଯାନର ବିଶେଷତ୍ୱ ଉଲ୍ଲେଖ କରାଗଲା-
ଅଭିଯାନର ଲକ୍ଷ୍ୟ
ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ତ୍ୱରାନ୍ୱିତ କରିବା ।
ସ୍ୱଚ୍ଛ ଭାରତ ଜନ ଆନ୍ଦୋଳନରେ ଆହୁରି ଉତ୍ସାହ ଭରିବା ଏବଂ ଏଥିରେ ନିରନ୍ତରତା ଆଣିବା ଲାଗି ଭିତ୍ତି ପ୍ରତିଷ୍ଠା କରିବା
‘ସମସ୍ତଙ୍କ ପାଇଁ ସ୍ୱଚ୍ଛତା’ର ଚିନ୍ତାଧାରାକୁ ପୁନଃସ୍ଥାପିତ କରିବା ।
ଦେଶବ୍ୟାପୀ ଅଭିଯାନ ସହିତ ମହାତ୍ମା ଗାନ୍ଧୀଙ୍କ ଜନ୍ମର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ଆରମ୍ଭ କରିବା ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ସ୍ତରରେ ଶୁଭାରମ୍ଭ : ୧୫ ସେପ୍ଟେମ୍ବର, ୨୦୧୮
ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ ୧୫ରୁ ଉର୍ଦ୍ଧ୍ଵ ସ୍ଥାନରେ ଅଭିଯାନର ଶୁଭାରମ୍ଭ କରାଯିବ । ଏହି ଅବସରରେ ସମାଜର ବିଭିନ୍ନ ବର୍ଗ ଲୋକ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହିବେ । ଏହି ଅଭିଯାନ ଆରମ୍ଭ ହେବା ସହିତ ଶ୍ରମଦାନ କାର୍ୟ୍ୟକଳାପ ଆରମ୍ଭ ହେବ । ନିମ୍ନୋକ୍ତ ପଦକ୍ଷେପଗୁଡ଼ିକ ଜରିଆରେ ବିଭିନ୍ନ କ୍ଷେତ୍ରର ବହୁସଂଖ୍ୟକ ଲୋକମାନଙ୍କୁ ଏଥିରେ ସାମିଲ କରାଯିବ ।
ମହିଳା ସରପଞ୍ଚ, ସ୍ୱଚ୍ଛାଗ୍ରହୀ, ଛାତ୍ରଛାତ୍ରୀ, ନିଗ୍ରାଣୀ ସମିତି, ଯୁବ ସଂଗଠକ, କର୍ପୋରେଟ ବ୍ୟକ୍ତିବିଶେଷ ଆଦି ତୃଣମୂଳସ୍ତରର ସ୍ୱଚ୍ଛତା ଚାମ୍ପିଅନମାନେ
ଚଳଚ୍ଚିତ୍ର ତାରକା ଏବଂ କ୍ରୀଡ଼ାବିତ
ଧର୍ମଗୁରୁ
କର୍ପୋରେଟ/ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିବିଶେଷ ।
ଚୟନ ହୋଇଥିବା କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ
ବିଦ୍ୟାଳୟଗୁଡ଼ିକର ସମ୍ପୃକ୍ତି : ୧୫ ସେପ୍ଟେମ୍ବର, ୨୦୧୮
ଦେଶବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧିକ ବ୍ୟାପକ ସ୍ୱଚ୍ଛତା ଶ୍ରମଦାନ
ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାମାନେ ହାତଧୁଆ ଅଭିଯାନରେ ସାମିଲ ହେବେ, ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବାହ୍ୟ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବେ ।
ସ୍ୱଚ୍ଛତା ସଭା : ୧୬ ସେପ୍ଟେମ୍ବର, ୨୦୧୮
ଗ୍ରାମ ପଞ୍ଚାୟତଗୁଡ଼ିକରେ ସ୍ୱଚ୍ଛତାର ସ୍ଥିତି ଅନୁଧ୍ୟାନ ଏବଂ ଭବିଷ୍ୟତର କାର୍ୟ୍ୟପନ୍ଥା ନିର୍ଦ୍ଧାରଣ ଲକ୍ଷ୍ୟ ନେଇ ଗ୍ରାମଗୁଡିକରେ ସ୍ୱତନ୍ତ୍ର ଗ୍ରାମ ସଭା ଆୟୋଜନ କରାଯିବ ।
ସେବା ଦିବସ : ୧୭ ସେପ୍ଟେମ୍ବର, ୨୦୧୮
ମନ୍ତ୍ରୀମାନଙ୍କ ନେତୃତ୍ୱରେ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରଣାଳୟ, କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀମାନେ ଦେଶବ୍ୟାପୀ ସ୍ୱଚ୍ଛତା ସଂକ୍ରାନ୍ତ କାର୍ୟ୍ୟକଳାପ ହାତକୁ ନେବେ ।
ରେଳବାଇ ସ୍ୱଚ୍ଛତା ଦିବସ – ୨୨ ସେପ୍ଟେମ୍ବର, ୨୦୧୮
ରେଳ ଷ୍ଟେସନ/ପ୍ଲାଟଫର୍ମରେ ଅଳିଆ ନଫିଙ୍ଗିବା ଲାଗି ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗଣ ସଚେତନତା ଅଭିଯାନ ଆରମ୍ଭ କରାଯିବ
ପତାକା ଓ ଏସବିଏମ ଲୋଗୋ ପ୍ରଦର୍ଶନ
ଅଂଶଗ୍ରହଣ କରିବେ – ସମସ୍ତ ରେଳବାଇ କର୍ମଚାରୀ, ସେମାନଙ୍କ ପରିବାର, ସମସ୍ତ ରେଳ ଷ୍ଟେସନ, କଲୋନି ଏବଂ ଆଖାପାଖ ଅଂଚଳରେ ନିୟୋଜିତ କର୍ମଚାରୀ ।
ଅନ୍ତ୍ୟୋଦୟ ଦିବସ- ୨୫ ସେପ୍ଟେମ୍ବର, ୨୦୧୮
ସମସ୍ତ ସ୍ୱଚ୍ଛାଗ୍ରହୀମାନଙ୍କୁ ନିଜସ୍ୱ ସ୍ୱଚ୍ଛାଗ୍ରହୀମାନଙ୍କ ଏକ ଦଳ ଗଠନ କରାଯିବା ଲାଗି କୁହାଯିବ (ସ୍ୱଚ୍ଛାଗ୍ରହୀମାନଙ୍କ ସ୍ୱଚ୍ଛାଗ୍ରହୀ)
ପ୍ରତ୍ୟେକ ଦଳ ସେମାନଙ୍କ ଗ୍ରାମାଂଚଳରେ ଖୋଲା ମଳମୁକ୍ତ ସ୍ଥିତି (ଓଡିଏଫ)ର ସ୍ଥିତିକୁ ଦେଖି ଓଡିଏଫ ଏବଂ ଓଡିଏଫ ସହ ଜଡ଼ିତ କାର୍ୟ୍ୟକଳାପ ଦିଗରେ କାର୍ୟ୍ୟ କରିବେ ।
ଯୁବଗୋଷ୍ଠୀଙ୍କ ସମ୍ପୃକ୍ତି
ଆହୁରି ବ୍ୟାପକ ମାତ୍ରାରେ କଲେଜ ଛାତ୍ରଛାତ୍ରୀ, ଏନୱାଇକେଏସ ଯୁବକ ଏବଂ ଏନସିସି କ୍ୟାଡେଟଙ୍କ ଦ୍ୱାରା ସଚେତନତା ଅଭିଯାନ ଏବଂ ଶୋଭାଯାତ୍ରା
ପେନସନଭୋଗୀ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀ
ପେନସନଭୋଗୀ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀ ସେମାନଙ୍କ ଆଖପାଖ ଅଂଚଳ, ଆରଡବ୍ଲୁଏ, କ୍ଲବ, ସୋସାଇଟିରେ ସ୍ୱଚ୍ଛତା କାର୍ୟ୍ୟକଳାପର ନେତୃତ୍ୱ ନେବେ ।
ଐତିହ୍ୟ ସ୍ଥାନରେ ସଫେଇ
ସଫେଇ କାର୍ୟ୍ୟ ପାଇଁ ୩୦ଟି ସ୍ୱଚ୍ଛ ଐତିହ୍ୟ ସ୍ଥଳ ଉପରେ ଦୃଷ୍ଟି ଦିଆଯିବ ।
କର୍ପୋରେଟ କ୍ଷେତ୍ର
ନିଜସ୍ୱ କ୍ୟାମ୍ପସ ଏବଂ ପାଶ୍ୱର୍ବର୍ତ୍ତୀ ସର୍ବସାଧାରଣ ସ୍ଥାନରେ ସ୍ୱଚ୍ଛତା ଶ୍ରମଦାନ ପାଇଁ ସମସ୍ତ ପରିଚାଳନା ମଣ୍ଡଳୀ, ଅଧିକାରୀ, କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ସମ୍ପୃକ୍ତ କରିବା ।
ଗଣମାଧ୍ୟମ
ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟ ହାସଲ ଦିଗରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ଏସଏଚଏସ ପକ୍ଷ ସମୟରେ ଗଣ ସଚେତନତା ଏବଂ ଦେଶବ୍ୟାପୀ ଏହାର ପ୍ରସାର ଲାଗି ଗଣମାଧ୍ୟମକୁ ଅନୁରୋଧ କରାଯାଇଛି । ଏସଏଚଏସ ସମୟରେ ବିଭିନ୍ନ ଅଂଶୀଦାର ଏବଂ ବିଭିନ୍ନ ବର୍ଗର ଲୋକମାନଙ୍କ ଦ୍ୱାରା ଶ୍ରମଦାନ କାର୍ୟ୍ୟକଳାପର ନିୟମିତ ପ୍ରଚାର ଏବଂ ରିପୋର୍ଟିଂ ସ୍ୱଚ୍ଛ ଭାରତ ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।