ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ
ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ ଅନେକ ଉଚ୍ଚରେ । ରାମଚନ୍ଦ୍ର ପିତାଙ୍କ ବଚନ ରକ୍ଷା ପାଇଁ ୧୪ ବର୍ଷ ବନବାସ ଯାଇଥିଲେ । ପର୍ଶୁରାମ ପିତାଙକ ଆଦେଶ ପୂରଣ ପାଇଁ ପଛଘୁଞ୍ଚା ଦେଇ ନଥିଲେ । ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାଙ୍କ କାନ୍ଧରେ ବୋଝେଇ କରି ତୀର୍ଥ ସ୍ଥାନ ଭ୍ରମଣ କରାଇଥିଲେ ।
ଏଥିପାଇ ଭାରତୀୟ ସଂସ୍କତିରେ ପିତାଙ୍କୁ ଧର୍ମ ଠାରୁ ଅଧିକ , ସ୍ୱର୍ଗଠାରୁ ଉଚ୍ଚ ସବୁ ଦେବାତାଙ୍କ ଠାରୁ ଅଧିକ ବୋଲି କୁହାଯାଇଛି । ଇଶ୍ୱରଙ୍କର ପ୍ରତ୍ୟକ୍ଷ ରୂପ ହେଉଛନ୍ତି ପିତା । ପିତା ପରମ ଗୁରୁ । ଭାରତୀୟ ଶାସ୍ତ୍ରରେ ପିତାଙ୍କୁ ଇଷ୍ଟଗୁରୁ, ଜ୍ଞାନ ଗୁରୁ ଓ ଦୀକ୍ଷା ଗୁରୁ ବୋଲି କୁହାଯାଇଛି । ପିତାମାତାଙ୍କୁ ଚଳନ୍ତି ଇଶ୍ୱର ବୋଲି କୁହାଯାଇଛି ।
ପିତା ଧର୍ମ ପିତା ସ୍ଵର୍ଗ ପିତା ହିଁ ପରମ ତପ
ପିତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବ ଦେବତା,
ଏଥିପାଇଁ ପିତାମାତାଙ୍କର ସମ୍ମାନ କରିବା ଉଚିତ୍