ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଲା

ପାକିସ୍ତାନ ବିପକ୍ଷରେ ୧୪୦ ରନ୍‌ କଲେ ରୋହିତ ଶର୍ମା, କୋହଲୀଙ୍କ ଅର୍ଦ୍ଧ ଶତକ

0 494

ମାଞ୍ଚେଷ୍ଟର – ଭାରତ ଓ ପାକିସ୍ତାନ ମଦ୍ୟରେ ଚାଲିଥିବା ବିଶ୍ୱକପ୍‌ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଛି । ୪୫.୪ ଓଭର୍‌ରେ ଭାରତ ୩୦୦ ରନ୍‌ କରିଥିଲା । ୪୬.୪ ଓଭର୍‌ରେ ୩୦୫ ରନ୍‌ରେ ବର୍ଷା ଯୋଗୁଁ ମ୍ୟାଚକୁ ଅଧାରୁ ରୋକାଯାଇଥିଲା । ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି ବଲ୍‌ରେ ଶତକ ହାସଲ କରିଥିଲେ। ୯ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଶତକ ହାସଲ କରିଥିଲେ । ସେ ୧୧୩ଟି ବଲ୍‌ରେ ୧୪ଟି ଛକା ଓ ତିନୋଟି ଚୌକା ସହାୟତାରେ ୧୪୦ ରନ୍‌ କରି ଆଉଟ୍‌ ହୋଇଛନ୍ତି । ହାସନ ଅଲିଙ୍କ ବଲ୍‌ରେ ସେ ହ୍ୱାଇଦ୍‌ ରିୟାଜଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ୍‌ କରି ଆଉଟ ହୋଇଥିଲା । ଧୋନୀ ଏକ ରନ୍‌ କରି ପାଭିଲିୟନକୁ ଫେରିଥିଲେ ।
ସେହିପରି ଶିଖର ଧାଓ୍ୱନଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଓପନିଂ କରୁଥିବା କେଏଲ୍‌ ରାହୁଲ୍‌ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ୭୮ ବଲ୍‌ରେ ୫୭ ରନ୍‌ କରି କେଏଲ୍‌ ରାହୁଲ୍‌ ଆଉଟ୍‌ ହୋଇଛନ୍ତି । ସେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି । କେଏଲ୍‌ ରାହୁ,ଲ ହ୍ୱାଇଦ୍‌ ରିୟାଜଙ୍କ ବଲ୍‌ରେ ବାବ,ର ଆଜମଙ୍କୁ କ୍ୟାଚ ଦେଇଥିଲେ ।

Leave A Reply