ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ୍‍ ୨୦୧୯ ପାରିତ

0 788

ନୂଆଦିଲ୍ଲୀ .- ବୁଧବାରରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ସଂଶୋଧନ ବିଲ୍‍ ୨୦୧୯  ଲୋକସଭାରେ ପାରିତ ହୋଇଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଲାଗି ଏଭଳି ଏକ କଠୋର ଆଇନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ଆତଙ୍କବାଦୀ ସହ ଜଡ଼ିତ ଅପରାଧଗୁଡ଼ିକର ତ୍ୱରିତ ଯାଞ୍ଚ ଏବଂ ବିଚାର ତଥା ଏଭଳି କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଆତଙ୍କବାଦୀ ଘୋଷଣା ବ୍ୟବସ୍ଥା ଏହି ଆଇନରେ ରହିଛି ।

ଏହି ଆଇନ ଅନୁଯାୟୀ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସମ୍ପତ୍ତି ବାଜ୍ୟାପ୍ତ କରିବାର କ୍ଷମତା ଏନ୍‍.ଆଇ.ଏ. ଡିଜିଙ୍କୁ ପ୍ରଦାନ କରାଯିବ । ତେବେ ଏହି ଆଇନରେ କୌଣସି ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ ବୋଲି ବିଲ୍‍ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ ଶାହା ଗୃହରେ ସ୍ପଷ୍ଟ କରିଛନ୍ତି ।ଲୋକସଭାରେ ପାରିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଲାଗି ଏଭଳି ଏକ କଠୋର ଆଇନର ଆବଶ୍ୟକତା ରହିଛି । ଆତଙ୍କବାଦୀ ସହ ଜଡ଼ିତ ଅପରାଧଗୁଡ଼ିକର ତ୍ୱରିତ ଯାଞ୍ଚ ଏବଂ ବିଚାର ତଥା ଏଭଳି କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଆତଙ୍କବାଦୀ ଘୋଷଣା ବ୍ୟବସ୍ଥା ଏହି ଆଇନରେ ରହିଛି । ଏହି ଆଇନ ଅନୁଯାୟୀ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସମ୍ପତ୍ତି ବାଜ୍ୟାପ୍ତ କରିବାର କ୍ଷମତା ଏନ୍‍.ଆଇ.ଏ. ଡିଜିଙ୍କୁ ପ୍ରଦାନ କରାଯିବ । ତେବେ ଏହି ଆଇନରେ କୌଣସି ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ ବୋଲି ବିଲ୍‍ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ଶାହା ଗୃହରେ ସ୍ପଷ୍ଟ କରିଛନ୍ତି ।

Leave A Reply