ଭୁବନେଶ୍ୱର . – ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରୀ ଚାକିରିରେ ପ୍ରବେଶ ବୟସ ସୀମା ବୃଦ୍ଧି କରିବା ଲାଗି ଉଭୟ ଶାସକ ଓ ବିରୋଧୀଦଳର ସଦସ୍ୟମାନେ ଦାବି କରିଛନ୍ତି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ଚାକିରିରେ ପ୍ରବେଶ କରିବାର ବୟସ ୪୪ ବର୍ଷକୁ ବୃଦ୍ଧି କରିବା ଆବଶ୍ୟକ। ଅନ୍ୟ କେତେକ ରାଜ୍ୟରେ ଏହି ବୟସ ସୀମା ୪୦ବର୍ଷରୁ ଊର୍ଦ୍ଧ୍ବ ରହିଥିବା ସେ କହିଛନ୍ତି। କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରଦୀପ୍ତ ନାୟକଙ୍କ ଏହି ଦାବିକୁ ସମର୍ଥନ ଜଣାଇଥିଲେ। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ପ୍ରଦାନ କରିଥିଲେ।