ଆଜି କାରଗିଲ ବିଜୟ ଦିବସ। ୧୯୯୯ ମସିହାରେ ‘ଅପରେସନ ବିଜୟ’ ଅଭିଯାନରେ ତଥାକଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହା ଆଜିର ଦିନରେ ଭାରତ ସଫଳତାର ସହ ପାକିସ୍ତାନୀ ସୈନ୍ୟମାନଙ୍କ ହାତରୁ ଭାରତର ଏହି ସର୍ବୋଚ୍ଚ ଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲା।
ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ । ୧୯୯୯ ମସିହାରେ ଏହି ଦିନ ଭାରତୀୟ ଯବାନମାନେ କାରଗିଲ୍ ଦଖଲ କରିବା ସହ ପାକିସ୍ତାନର ଅନୁପ୍ରବେଶକୁ ବିଫଳ କରିଥିଲେ । ଏଥିପାଇଁ ଆମର ଅନେକ ଯବାନ୍ ସହିଦ୍ ହୋଇଥିଲେ । ଦେଶମାତୃକା ପାଇଁ ନିଜର ପ୍ରାଣ ବଳୀ ଦେଇଥିଲ ।
ସହି ବୀର ଯବାନଙ୍କ ଉଦେଶ୍ୟରେ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ ।
୧୯୯୯ ମସିହାରେ ଆତଙ୍କବାଦୀଙ୍କ ସହ ମିଶି ପାକିସ୍ତାନର ସେନା କାରିଗିଲ୍, ଟାଇଗର ହିଲ୍ ପରି ଅଞ୍ଚଳରେ ଅନୁପ୍ରବେଶ କରିଥଲା । ଏହାର ସୂଚନା ମିଳିବା ପରେ ଭାରତର ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଦୀର୍ଘ ୬୦ ଦିନ ଧରି ଏହି ଯୁଦ୍ଧ ଲାଗିଥିଲା ।
ତେଣୁ ଆଜି ୧୯ ତମ କାରଗିଲ ବିଜୟ ଦିବସ ପାଳିତ ହେଉଛି। କାର୍ଗିଲ୍ ଯୁଦ୍ଧ ଦୀର୍ଘ ୬୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା।