ଫାଦର୍ସ ଡେ

0 1,409

ଜୀବନରେ ପିତାଙ୍କ ମହତ୍ତ୍ୱ ଅନେକ । ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ ।
ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ

ପିତା ସ୍ୱର୍ଗ, ପିତା ଧର୍ମ । ପିତା ହିଁ ପରମ ତପ,
ପିତରି ପ୍ରତୀମା ପନ୍ନେ, ପି୍ରୟନ୍ତେ ସର୍ବଦେବତା
କୁହାଯାଇଛି । ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଅଧିକ । ସେ ସ୍ୱର୍ଗ ଠାରୁ ବଡ ସେ ପରମ ତପ ଠାରୁ ଅଧିକ । ବିଶ୍ୱର ବିଭିନ୍ନ ସ୍ଥାନରେ ପିତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦେଶ୍ୟରେ ବିଭିନ୍ନ ଦିନକୁ ପିତା ଦିବସ ବା ଫାଦର୍ସ ଡେ ଭାବେ ପାଳନ କରାଯାଇଏ । ଏବେ ଭାରତର ଅନେକ ଜନ ସାଧାରଣ ପାଶ୍ଚ୍ୟାତ ସଂସ୍କୃତିକୁ କିଛି ମାତ୍ରାରେ ଆଦରି ନେଇଛନ୍ତି। ଏଥିପାଇଁ ଆମେରିକାରେ ଜୁନ୍‌ମାସର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଏ । ୟୁରୋପର କିଛି ଦେଶରେ ମଧ୍ୟ ଏହି ଦିନକୁ ଫାଦର୍ସ ଡେ ଭାବେ ପାଳନ କରାଯାଏ । ଏବେ ଭାରତରେ ଏହାକୁ ପାଳନ କରାଯାଉଛି । ବାପାଙ୍କୁ କିଛି ଭଲ ସନ୍ଦେଶ(MESSAGE) ସହ ଲୋକମାନେ ଉପହାର ବି ଦେଇଥଆନ୍ତି । ଏହି ଦିନ ତାଙ୍କର ମହାନତା ଓ ତ୍ୟାଗ ଉଦ୍ୟେଶରେ ପାଳନ କରାଯାଏ ।

Leave A Reply