ୟୁଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ଲାଇନ୍ରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି
ୟୁଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ଲାଇନ୍ରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଉଛି । ସମ୍ଭାବ୍ୟ ପରୀକ୍ଷା ତାରିଖ ସହ ଫର୍ମପୂରଣ ତାରିଖ ଘୋଷଣା କରାଯାଇଛି । ଏଥିସହ ଆଜିଠାରୁ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ନେଇ ଭର୍ଚୁଆଲ ବୈଠକ କରାଯିବ ।
ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ଗୋଟାଏ ୩୦ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କଲେଜ ଅଧ୍ୟକ୍ଷଙ୍କ ବୈଠକ ଥିବାବେଳେ ଆସନ୍ତାକାଲି ୧୧ଟାରୁ ୧୨ଟା ୩୦ ମଧ୍ୟରେ କେନ୍ଦ୍ରାପଡା, ଜଗତ୍ସିଂହପୁର, ଯାଜପୁର, ନୟାଗଡ ଜିଲ୍ଲାର କଲେଜ ଏବଂ ଅପରାହ୍ଣ ୩ଟାରୁ ୪ଟା ୩୦ ମଧ୍ୟରେ ଅନୁଗୁଳ, କଟକ ଓ ଢ଼େଙ୍କାନାଳ ଜିଲ୍ଲାର ଅଧ୍ୟକ୍ଷଙ୍କ ବୈଠକ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଜଣାଇଛନ୍ତି । ୟୁଜି ଶେଷ ସେମିଷ୍ଟାର ରେଗୁଲାର ଓ ବ୍ୟାକ୍ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଜୁଲାଇ ୨ରୁ ୧୩ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ବ୍ୟାକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଜୁଲାଇ ୧୨ରୁ ୨୨ ମଧ୍ୟରେ କରାଯିବ । ଅନ୍ଲାଇନ୍ରେ ଫର୍ମ ପୂରଣ ଓ ଫି’ ଦାଖଲ କରାଯିବ ।
ଅନ୍ଲାଇନ୍ ସୁବିଧା ନଥିବା ପରୀକ୍ଷାର୍ଥୀ ନିକଟସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ଯେକୌଣସି କଲେଜକୁ ଯାଇ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି ।