ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ – ବି.ଏସ୍.ଇ. ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କଟକସ୍ଥିତ ବି.ଏସ୍.ଇ. କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିବା ସହ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଏବର୍ଷ ପ୍ରଥମ ଥରପାଇଁ ବିନା ପରୀକ୍ଷାରେ ଫଳ ପକାଶ ପାଇଥିବାବେଳେ ମାଟ୍ରିକ୍ରେ ପାସ୍ ହାର ୯୭ ଦଶମିକ ୮/୯ ପ୍ରତିଶତ ରହିଛି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଥିବା ବୋର୍ଡ଼ ସୂତ୍ରରୁ ପ୍ରକାଶ ପାଇଛି ।
ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ପରୀକ୍ଷା ଫଳକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବେ, ସେମାନେ ଜୁଲାଇ ମାସରେ ଫର୍ମ ପୂରଣ କରି ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା ଅଗଷ୍ଟ ଶେଷ ସୁଦ୍ଧା ହେବ ବୋଲି ସେ କହିଛନ୍ତି ।
ଛାତ୍ରଛାତ୍ରୀମାନେ www.bseodisha.ac.in ଓ www.bseodisha.nic.in ù ୱେବ୍ସାଇଟ୍ରେ ପରୀକ୍ଷା ଫଳ ଜାଣିପାରିବେ । ସେହିପରି ଏସ୍.ଏମ୍.ଏସ୍. ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ପାଇପାରିବେ । ଏଥିପାଇଁ ସେମାନଙ୍କୁ ମୋବାଇଲ୍ରେ OR01 ଲେଖି ସ୍ପେସ୍ ଦେବାପରେ ରୋଲ୍ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସ୍.ଏମ୍.ଏସ୍. କରିବାକୁ ପଡ଼ିବ ।