ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ଘରକୁ ବିଦ୍ୟୁତ ଯୋଗାଇ ଦିଆଯିବ । ମୋଦୀ ସରକାର ୨୦୨୨ ସୁଦ୍ଧା ଏହି କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରର ୨ୟ କାର୍ଯ୍ୟକାଳରେ ପ୍ରଥମ ବଜେଟ ଉପସ୍ଥାପନ କରିବା ଅବସରରେ ସୀତାରମଣ ଶୁକ୍ରବାର ଏହା କହିଛନ୍ତି । ସେ କହିଛନ୍ତି, ୨୦୨୪ ପୂର୍ବରୁ ପ୍ରତି ଘରକୁ ପାଣି ଯୋଗାଇ ଦିଆଯିବ । ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ସମୟରେ ସୀତାରମଣ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଆରମ ଅର୍ଥ ବ୍ୟବସ୍ଥା ୫ ଟ୍ରିଲିୟନ ଡଲାରରେ ପହଂଚିବ । ଭାରତର ଅର୍ଥବ୍ୟବସ୍ଥା ବିଶ୍ୱର ୬ଷ୍ଠ ବଡ଼ ଅର୍ଥ ବ୍ୟବସ୍ଥା । ନିଜର ଭାଷଣରେ ସେ ଅନେକ ଯୋଜନା, ଯେପରିକି ମୁଦ୍ରା ଯୋଜନା, ମେକ ଇନ ଇଣ୍ଡିଆ, ସାଗରମାଳା ଆଦି ବିଷୟରେ କହିଛନ୍ତି ।
ସରକାର ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ସକଳ୍ପ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ୯୭ ପ୍ରତିଶତ ଲକ୍ଷ୍ୟ ପୂରା ହୋଇଛି । ଗ୍ରାମାଂଚଳରେ ୩ଟି ଟେକନୋଲୋଜୀ ବ୍ୟବହାର କରି ସଡ଼କ ନିର୍ମାଣ ହୋଇଛି । ଅଥର୍ମନ୍ତ୍ରୀ କହିଛନ୍ତି ଦେଶରେ ପିପିପି ମଡେଲକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ରେଳବାଇରେ ଆଦର୍ଶ ଭଡ଼ା ଯୋଜନା ଲାଗୁ ହେବ ।
ବଜେଟରେ ଘୋଷଣା
-ଅଧ୍ୟୟନ କାର୍ଯ୍ୟକ୍ରମ
-ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେଶନ
-ସମସ୍ତଙ୍କୁ ମିଳିବ ଘର
-ଗ୍ରାମାଂଚଳରେ ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ
-କୃଷି ଓ ବ୍ୟବସାୟ ପାଇଁ ନୂତନ ନୀତି ପ୍ରଣୟନ
-ଗ୍ରାମାଂଚଳ ଭାରତ ଉପରେ ସରକାର ରଖିବେ ନଜର
-ଏଫଡିଆଇକୁ ନେଇ ବଡ଼ ଘୋଷଣା
-କ୍ଷୁଦ୍ର ଦୋକାନୀଙ୍କୁ ମିଳିବ ପେନଶନ
-ନ୍ୟାସନାଲ ଟ୍ରାନ୍ସପୋର୍ଟ କାର୍ଡ
-ରେଳବାଇର ବିକାଶ ଲାଗି ଲାଗୁ ହେବ ପିପିପି ମଡେଲ
-ରିଫର୍ମ, ପରଫର୍ମ ଓ ଟ୍ରାନ୍ସପୋର୍ଟ