ନୂଆଦିଲ୍ଲୀ .- ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କେନ୍ଦ୍ରୀୟ ବଜେଟକୁ ସଂସଦରେ ଉପସ୍ଥାପନ କରିଛନ୍ତି । ଏଥିପେ ୨୦୪ ସୁଦ୍ଧା ଜଳ ଜୀବନ ମିଶନ୍ ଯୋଜନା ଅନୁସାରେ ସବୁ ଘରେ ନଳ ସହ ଜଳ ଯୋଗାଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ଭାରତର ସମସ୍ତ ନାଗରିକଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ପାଇଁ ଏଥିରେ ଲକ୍ଷ୍ୟ କରାଯାଇଛି । ଏଥିପାଇଁ ଜଳ ଶକ୍ତି ମନ୍ତ୍ରାଳୟ ତିଆରିକରିବା ପାଇଁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ନୂଆ ମନ୍ତ୍ରାଳୟ ଜଳସମ୍ପଦର ରକ୍ଷଣବେକ୍ଷଣ ସହ ଏହା ବିନଯୋଗ ବିଷୟରେ ପଦକ୍ଷେପ ଗ୍ରହଣ କରିବ । ଜଳ ଜୀବନ ମିଶନରେ ୨୦୧୨୪ ସୁଦ୍ଧା ସମସ୍ତ ଘରେ ପାନୀୟ ଜଲ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଜୁଲାଇ ଏକ ତାରିଖରରେ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱାତ ଜଳ ଶକ୍ତି ଅଭିଯାନ ଆରମ୍ଭ କରିଥିଲେ । ଏଥିରେ ଲୋକଙ୍କୁ ଜଳ ସଂରକ୍ଷଣ ପାଇଁ ସଚେତନ କରିବା ବିଷୟରେ ଜୋର ଦିଆଯାଇଛି ।