ବଡ ଦାଣ୍ଡେ ରଥ , ପଥ ଜଗନ୍ନାଥ ଓ ଭକ୍ତ ଏକାକାର

0 983

ଜଗତରନାଥ ଜଗନ୍ନାଥ ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣକୁ. ଭୋରରେ ମଙ୍ଗଳା ଆଳତୀ ସହ ଆରମ୍ଭହୋଇଥିଲା ରଥ ଯାତ୍ରାର ନୀତି. ମଇଲମ , ତଡପ ଲାଗି , ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା , ଗୋପାଳ ବଲ୍ଲଭ ,ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା. ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବୀଦଳନ ରଥକୁ ଅଣାଯାଇଥିଲା.ପରେ ସୁଭଦ୍ରା,ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ରଥାରୂଢ କରାଇଥିଲେ ସେବକମାନେ.

‘ସୁଦର୍ଶନ୍ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍ସୁଭଦ୍ରା ଚ ତତୋ ନୀତ୍ବା ଜଗଦୀଶଂ ସୁରେଶ୍ବରମ”
କାହାଳୀ, ଘଣ୍ଟ ର ତାଳେ ତାଳେ ପହଣ୍ଡି କରାଯାଇଥିଲା ଶ୍ରୀବିଗ୍ରହ ମାନଙ୍କର. ହରିବୋଲ ହୁଳ ହୁଳୀ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ବଡ ଦାଣ୍ଡ. ମଦନ ମୋହନ , ରାମ,କୃଷ୍ଣ,ବିଜେ ହୋଇସାରିବା ପରେ ଚିତା ଲାଗି ହୋଇଥିଲା ବିଗ୍ରହମାନଙ୍କ ମସ୍ତକରେ.  ତାମଯାନରେ ଗଜପତି ମହାରାଜ ଶ୍ରୀନଅରରୁ ଆସିଥିଲେ ରଥ ନିକଟକୁ . ସୁବର୍ଣ୍ଣ ମାର୍ଜନୀରେ କରିଥିଲେ ରଥ ଛେରା ପହଁରା.ଛେରା ପହଁରା କାର୍ଯ୍ୟ ପରେ ଭୋଇ ସେବକମାନେ  ସାରଥୀ ଙ୍କୁ ରଥାରୂଢ କରାଇଥିଲେ. ଚାରମାର ଫିଟା ପରେ ହୋଇଥିଲା .ଏହାପରେ ବଳଭଦ୍ରଙ୍କ ରଥରେ ବାସୁକୀ,ସୁଭଦ୍ରଙ୍କ ରଥରେ ସ୍ବର୍ଣ୍ଣଚୂଡ ଓ ଜଗନ୍ନାଥଙ୍କ ରଥରେ ଶଙ୍ଖ ଚୂଡ ନାମକ ରଜ୍ଜୁ ସଂଯୋଗ କରିବା ପରେ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା. ବଳଭଦ୍ରଙ୍କ ରଥକୁ ଭକ୍ତ ମାନେ ବଡ ଦାଣ୍ଡରେ ଟାଣି ଟାଣିଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ . ବାଟରେ ମାଉସୀ ଘରେ ପ୍ରଭୁ ଅଟକି ଖୁଦଭଜା ପ୍ରସାଦ ଭାବରେ ଗ୍ରହଣ କରିଥିଲେ. .

Leave A Reply