ଭକ୍ତ ଓ ଭକ୍ତିର ମହାମିଳନ, ବଡ଼ଦାଣ୍ଡରେ ତିନି ଠାକୁର

0 1,110

ଭୁବନେଶ୍ୱର: ଦୀର୍ଘ ବର୍ଷକ ପରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଭକ୍ତ ଓ ଭକ୍ତିର ଅପୂର୍ବ ସମନ୍ୱୟ ପୁଣି ଥରେ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ସାତ ଦରିଆ ଡେଇଁ ଭକ୍ତମାନେ ପୁରୀ ପହଂଚିଛନ୍ତି । ମହାପ୍ରଭୁଙ୍କର କି ଅପୂର୍ବ ଲୀଳା ଜାଣିହେଉ ନାହିଁ କିନ୍ତୁ ଏହା ସତ ଯେ, ଲକ୍ଷ ଲକ୍ଷ ଭକ୍ତଙ୍କୁ ଶ୍ରୀକ୍ଷେତ୍ର ଟାଣି ଆଣିଛି । ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପ୍ରାୟ ୩ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ତୃତ ରଥର ପଥ ଲୋକାରଣ୍ୟରେ ପରିପୂର୍ଣ୍ଣ ହୋଇ ଉଠିଛି । ହରିବୋଲ-ହୁଳହୁଳି ଓ ଜୟ ଜଗନ୍ନାଥ ଶ୍ଲୋଗାନରେ ବଡଦାଣ୍ଡ ଉଛୁଳି ପଡୁଛି । ଆଜି ଓଡ଼ିଶା କହିଲେ ପୁରୀର ନାମ ପ୍ରଥମେ ଆସୁଛି ।
ଅପରାହ୍ଣ ପ୍ରାୟ ୪ଟାରେ ସିଂହଦ୍ୱାର ସମ୍ମୁଖରୁ ପ୍ରଥମେ ତାଳଧ୍ୱଜ ରଥ ଶରଧାବାଲି ଅଭିମୁଖେ ବାହାରିବ । ଏହି ରଥର ମାଲିକ ଭଗବାନ ବଳଭଦ୍ର ଯାତ୍ରା ଆରମ୍ଭ କରିବା ପରେ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ଆଗକୁ ଗଡ଼ିବେ । ଶେଷରେ ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗହଳି ଲଗାଇ ବାହାରିବ । ରଥଯାତ୍ରା ପୂର୍ବରୁ ତିନି ଠାକୁରଙ୍କର ପହଣ୍ଡି ଶେଷ ହୋଇଯାଇଛି । ଶ୍ରୀଜିଉମାନଙ୍କୁ ରଥ ଉପରେ ବିରାଜମାନ କରାଯାଇଛି । ପହଣ୍ଡି ସମୟରେ ଘଣ୍ଟ, ଖୋଳ, କୀର୍ତ୍ତନ ଓ କାହାଳୀର ଶବ୍ଦରେ ପୁରୀ ଉଠିଛି ଆଧ୍ୟାତ୍ମିକ ସହର ପୁରୀ ।
ମଦନମୋହନ ରଥରେ ବିଜେ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା କରିବେ । ଆଜି ୪ଟା ପୂର୍ବରୁ ଚାଳମାଳ ଫିଟାଯିବା ପରେ ୩ ରଥ ଉପରେ ଘୋଡ଼ା ଓ ସାରଥୀ ଲାଗିବ । ଏହା ପରେ ଭକ୍ତମାନେ ଭାବ ବିହ୍ୱଳରେ ଶରଧାବାଲି ଅଭିମୁଖେ ରଥ ଗୁଡ଼ିକ ଟାଣି ଟାଣି ନେବେ ।

Leave A Reply