ଗୁଣ୍ଡିଚା ମାର୍ଜନା, ରଥଯ।ତ୍ରାର ଏକ ବିଶେଷ ପରମ୍ପରା

0 1,533

ଶ୍ରୀଗୁଣ୍ଡିଚା ଯାତ୍ରାର ଅବ୍ୟବହିତ ପୂର୍ବରୁ  ରଥଯାତ୍ରର ଠିକ୍‌ ଗୋଟିଏ ଦିନ ପୂର୍ବରୁ  ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପାଳିତ ହୋଇଯାଇଛି ଗୁଣ୍ଡିଚା ମାଜଣା ପରମ୍ପରା ଅନୁସାରେ ଶତାଧିକ ସଂକୀର୍ତନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଏହାକୁ ପରିଷ୍କାର କରିବା ସହ ଅର୍ନ୍ତବେଦୀ ମାଜଣା କରିଛନ୍ତି ବା ମାର୍ଜନା କରିଛନ୍ତି । ବିଭିନ୍ନ ସ୍ଥାନରୁ ବହୁ ଭକ୍ତଙ୍କର ଏଥିପାଇଁ ସମାଗମ ହୋଇଥିଲା

ଶ୍ରୀବିଗ୍ରହମାନେ ଘୋଷଯାତ୍ରାରେ ଯିବେ ଗୁଣ୍ଡିଚା ଘର ଏଥିପାଇଁ ଚଳଚଂଚଳ ହୋଇପଡିଛି ଶ୍ରୀକ୍ଷେତ୍ର ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଶେଷ ହୋଇଛି ଗୁଣ୍ଡିଚା ମାଜଣା  ବା ମାର୍ଜନା ।ପୁରୀର ସମସ୍ତ ମଠ ଓ ଦୂରରୁ ଆସିଥିବା ଶ୍ରଦ୍ଧାଳୁମାନେ କୀର୍ତନ କରିବା ସହ ମୁଣ୍ଡରେ ତୁଳସୀ ଚଉରା ଓ ହାତରେ ଝାଡୁ ଓ ଘଡି ଧରି ଧାଇଁ ଆସିଥିଲେ ଶ୍ରୀଗୁଣ୍ଡିଚା ମନ୍ଦିର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯନ୍ତ ସମସ୍ତେ ହାତରେ ଝାଡୁ ଧରି ମନ୍ଦିର ପରିସର ଶୋଧ କରିଥିଲେ ବିଦେଶୀମାନେ ମନ୍ଦିର ଭିତରକୁ ପଶିପାରୁନଥିବାରୁ ମନ୍ଦିର ବାହାର କାନ୍ଥ ଓ ରାସ୍ତାକୁ ସଫା କରିଥିଲେ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାର ସହ ମହାପ୍ରଭୂଙ୍କ ବିଜେ ଲାଗି ମନ୍ଦିର ବେଢା ଓ ସିଂହାସନକୁ ଧୋଇଥିଲେ

ବର୍ଷକ ଯାକ ଶ୍ରୀଜିଉଙ୍କ ବିନା ଫାଙ୍କା ପଡିଥାଏ ଗୁଣ୍ଡିଚା ମନ୍ଦିର ପ୍ରଭୂଙ୍କ ଆସ୍ଥାନଟି ଖାଲି ପଡିଥିବା ବେଳେ ଏହି ଭକ୍ତମାନେ କେବଳ ବାହାରବେଡା ବୁଲିଥାନ୍ତି ମାଜଣା କାମରେ ଏଥିରେ ବୈଷ୍ଣବ ସାଧୁସନ୍ଥ ସମେତ ବହୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ ଗୁଣ୍ଡିଚା ମାଜଣା ଏକ ପୁଣ୍ୟକାର୍ଯ୍ୟ ମନେକରି ଭକ୍ତମାନେ ଏଥିରେ ସାମିଲ ହେଉଥିବା କେତେକ ମତବ୍ୟକ୍ତ କରିଥାନ୍ତି ଏଥିରେ ମନ୍ଦିର ସଫା କରିବା ସହ ନିଜ ମନରେ ଥବା ପାପକୁ ଧୋଇଛନ୍ତି ଭକ୍ତବୃନ୍ଦ

ଶ୍ରୀକ୍ଷେତ୍ରରେ ଅବସ୍ଥାନ ସମୟରେ ମହାନ ସନ୍ଥ ଶ୍ରଚୈତନ୍ୟ ମହାପ୍ରଭୂ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ମାଜଣା କାମ ଆରମ୍ଭ କରିଥିଲେ ସେବେଠାରୁ ରଥଯାତ୍ରାର ଦିନକ ପୂର୍ବରୁ ଏହି ମାଜଣା ଉତ୍ସବ ପାଳିତ ହୋଇଆସୁଛି

Leave A Reply