ଟ୍ରେନ ଟିକେଟ୍ ବକିଂ ପଦ୍ଧିରେ ସଂଶୋଧନ
ନୂଆଦିଲ୍ଲୀ – ଚଳିତ ମେ ୧୨ଠାରୁ ଭାରତୀୟ ରେଳବାଇ ପକ୍ଷରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି । ଯାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ରେଳ ବିଭାଗ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ବୁକିଂ ନିୟମାବଳୀରେ କେତେକ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି । ଏହିସବୁ ଟ୍ରେନ୍ ପାଇଁ ଆଗୁଆ ସଂରକ୍ଷଣ ଅବଧି ୭ରୁ ୩୦ ଦିନକୁ ବୃଦ୍ଧି କରାଯାଇଛି ।
ଟ୍ରେନ୍ଗୁଡ଼ିକରେ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ । ଆର୍.ଏ.ସି. ଓ ୱେରିଙ୍ଗ୍ ଲିଷ୍ଟ ଟିକଟ ଆବଶ୍ୟକ ନିୟମାନୁସାରେ ହେବ । ତେବେ ୱେଟିଙ୍ଗ୍ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନ୍ରେ ଯାତ୍ରା କରିପାରିବେ ନାହିଁ । ଟ୍ରେନ୍ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାଟ୍ ଓ ୨ ଘଣ୍ଟା ପୂର୍ବରୁ ଦ୍ୱିତୀୟ ଚାଟ୍ ବାହାରିବ । ପ୍ରଥମ ଓ ଦ୍ୱିତୀୟ ଚାଟ୍ ଅବଧି ମଧ୍ୟରେ କରେଣ୍ଟ ବୁକିଂ ହୋଇପାରିବ ।