ସିବିଏସ୍ଇ ଓ ଆଇସିଏସିର ବାକିଥିବା ପରୀକ୍ଷା ପାଇଁ ତାରିଖ ଘୋଷଣା
ନୂଆଦିଲ୍ଲୀ – ସିଆଇଏସ୍ସିଇ ଦଶମ, ଦ୍ୱାଦଶ ପରୀକ୍ଷା କାଉନ୍ସିଲ୍ ଫର ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ ସି.ଆଇ.ଏସ୍.ସି.ଇ. ଦ୍ୱାରା ପରିଚାଳିତ ଦି ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଆଇ.ସି.ଏସ୍.ଇ. ଓ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଆଇ.ଏସ୍.ସି. ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି ।
କରୋନା ଯୋଗୁଁ ଆଇ.ସି.ଏସ୍.ଇ. ଦଶମର ୮ଟି ବିଷୟ ଏବଂ ଆଇ.ଏସ୍.ସି. ଦ୍ୱାଦଶର ୬ଟି ବିଷୟରେ ପରୀକ୍ଷା ହୋଇପାରି ନ ଥିଲା ।
ତେଣୁ ବାକିଥିବା ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ଆଇ.ଏସି.ଏସ୍.ଇ. ଦଶମ ପରୀକ୍ଷା ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବାକୁ ଥିବାବେଳେ ଆଇ.ଏସ୍.ସି. ଦ୍ୱାଦଶ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ ।
ସ୍ନାତକ ନାମ ଲେଖା ଆସନ୍ତା ଜୁଲାଇ ମାସ ପହିଲାରୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ନାମ ଲେଖା ପ୍ରକ୍ରିୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ବୈଷୟିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ଓକାକ୍ର ସାଧାରଣ ପରିଚାଳକଙ୍କୁ ଏ ନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।