କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ

0 1,069

କଟକ – କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ଅନ୍ୟ ଡାକ୍ତର, ସେବିକା ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗତକାଲି ରାତିରେ ପ୍ରସୂତି ଓ ନବଜାତ ଶିଶୁକନ୍ୟାଙ୍କୁ ଭୁବନେଶ୍ୱର କୋଭିଡ୍‍ ହସ୍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି ।

ନବଜାତ ଶିଶୁର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି । ସଙ୍ଗରୋଧରେ ଯାଇଥିବା ୧୬ ଜଣଙ୍କ ମଧ୍ୟରୁ ଜଣେ
ଡାକ୍ତର ଏସ୍‍.ସି.ବି. କରୋନା ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ପ୍ରସୂତି ଥିବା ଲେବରରୁମକୁ ୭ ଘଣ୍ଟା ବନ୍ଦ କରାଯାଇ
ବିଶୋଧନ କରାଯିବା ପରେ ଖୋଲାଯାଇଥିଲା । ପ୍ରସୂତିଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍‍ ୧୬ ଜଣଙ୍କୁ ସଙ୍ଗରୋଧରେ ଯିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply