ବାତ୍ୟା ଯିବା ପରେ ରାଜ୍ୟରେ ବଢୁଛି ତାପମାତ୍ରା

0 2,298

ଭୁବନେଶ୍ୱର – ବାତ୍ୟା ଅମ୍ପନ୍‍ ରାଜ୍ୟରୁ ଅପସରିଯିବା ପରେ ବିଭିନ୍ନ ଜିଲ୍ଲାରେ ଏବେ ତାପମାତ୍ରାରେ ବଢ଼ି ଚାଲିଛି । ଏବେ ସମସ୍ତେ ମୌସୁମୀର ଆଗମନକୁ ଅପେକ୍ଷା କରି ରହିଛନ୍ତି । ତେବେ ସ୍ୱଭାବିକ ଭାବେ ଜୁନ୍‍ ୧ରେ ମୌସୁମୀ କେରଳ ଛୁଇଁଥାଏ । ଓଡ଼ିଶାରେ ଜୁନ୍‍ ୧୦ରୁ ୧୫ ସୁଦ୍ଧା ସ୍ୱଭାବିକ ଭାବେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ ।

କିନ୍ତୁ ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଚଳିତ ବର୍ଷ କେରଳରେ ମୌସୁମୀ ବର୍ଷା ଆରମ୍ଭ ପାଞ୍ଚଦିନ ବିଳମ୍ବ ହୋଇପାରେ ।

ଅପରପକ୍ଷରେ ଟିଟିଲାଗଡ଼ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି ।

Leave A Reply