ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍‍ବେଗ ପ୍ରକାଶ

0 1,310

ନୂଆଦିଲ୍ଲୀ – ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏହା ଉପରେ ଲଗାମ ଲଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।
ଅଦାଲତ କହିଛନ୍ତି, ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଯେଭଳି ବଢିଚାଲିଛି, ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ ହେଉଛି । ଏଥିରେ ଯେଉଁ ବାର୍ତ୍ତା ଓ ଭିଡିଓ ଆଦି ଉପଲବ୍ଧ ହେଉଛି ତାହାର ଠିକଣା ଖୋଜି ବାହାର କରିବା ସବୁଠାରୁ ଚିନ୍ତାଜନକ । ଏହାକୁ ରୋକିବା ଲାଗି ନୀତି ନିର୍ଦ୍ଧାରଣ ଜରୁରୀ ହୋଇପଡିଥିବାରୁ କେନ୍ଦ୍ର ସରକାର ନିୟମ ପ୍ରଣୟନ କରିବା ଉପରେ ସର୍ବୋଚ୍ଚ ଅଦାଲତ
ଗୁରୁତ୍ୱାରୋପ କରିଛନ୍ତି ।

Leave A Reply