ଆରମ୍ଭ ହେଲା ଦଲାଲ ହଟାଅ କାର୍ଯ୍ୟକ୍ରମ,ରାଜ୍ୟର ସମସ୍ତ ଆର୍.ଟି.ଓ. ଅଫିସ୍ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ ହେବ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରୁ ୩୦ଜଣ ଦଲାଲଙ୍କୁ ଗିରଫ୍ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ରୁ ୪ ଦଲାଲ୍କୁ ଗିରଫ୍ କରାଯାଇଥିବା ବେଳେ ସମ୍ବଲପୁର ଓ ବଲାଙ୍ଗୀରରୁ ୫ଜଣ ଲେଖାଏଁ, ଭଦ୍ରକ ଓ ରାଉରକେଲାରୁ ୪ ଜଣ ଲେଖାଏଁ, ମୟୂରଭଞ୍ଜ ଓ ବାଲେଶ୍ୱରରୁ ୩ ଜଣ ଲେଖାଏଁ ଓ ନବରଙ୍ଗପୁରରୁ ୨ଜଣ ଦଲାଲଙ୍କୁ ଗିରଫ୍ କରାଯାଇଛି।
ସେହିଭଳି ରାଉରକେଲା ଆର୍.ଟି.ଓ. ଅଫିସ୍ ଉପରେ ପୁଲିସ୍ ଚଢ଼ାଉ କରି ୮ଜଣ ଦଲାଲଙ୍କୁ ଅଟକ ରଖିଛି। ରାଜ୍ୟର ସମସ୍ତ ଆର୍.ଟି.ଓ. ଅଫିସ୍କୁ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏଭଳି ପଦକ୍ଷେପ ନିଆଯାଇଛି। ସୂଚନା ଯୋଗ୍ୟ ଆସନ୍ତା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟର ବିଭିନ୍ନ ଥାନା ଓ ଡାକ୍ତରଖାନାକୁ ଯାଉଥିବା ଲୋକମାନଙ୍କ ନିକଟରୁ ସେମାନଙ୍କୁ ସେଠାରେ ମିଳୁଥିବା ସେବା ସମ୍ପର୍କରେ ସରକାର ସିଧାସଳଖ ଫୋନ୍ ମାଧ୍ୟମରେ ମତାମତ ନେବେ।