ମୁମ୍ବଇ – କେତକ ଅନିୟମିତତା ଯୋଗୁଁ ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ କଟକଣା ଜାରି କରିଥିଲେ । ପୂର୍ବରୁ ଜଣେ ଉପଭୋକ୍ତା ଏକ ହଜାର ଟଙ୍କା ଉଠାଣ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ଏବେ ଏଥିରେ କୋହଳ କରି ଜଣେ ଉପଭୋକ୍ତା ଦୈନିକ ୧୦ ହଜାର ଟଙ୍କା ଉଠାଣ କରି ପାରିବେ ବୋଲି କହିଛନ୍ତି ।
ସୋମବାରରେ କଟକଣା ଯୋଗୁଁ ହଜାର ହଜାର ଖାତାଧାରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ସେମାନ ବିଭିନ୍ନ ବ୍ୟାଙ୍କରେ ଭିଡ ଜମାଇବା ସହ ପ୍ରଦର୍ଶନ କରିଥିଲେ। ଏହାପେର ଆର୍ବିଆଇ କଟକଣା କୋହଳ କରିଛନ୍ତି । ଏବେ ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି)ର ଉପଭୋକ୍ତା ଦୈନିକ ୧୦ ହଜାର ଟଙ୍କା ଉଠାଇ ପାରିବେ ।
ଆରବିଆଇ ପଞ୍ଜାବ ଓ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ ୬ ମାସ ପାଇଁ କୌଣସି କାରବାର କରିପାରିବ ନାହିଁ ବୋଲି କଟକଣା ଲଗାଇଥିଲେ । ଏପରି କି ଜମାକାରୀଙ୍କ ଠାରୁ କୌଣସି ଜମା କିମ୍ବା ଟଙ୍କା ଉଠାଣ ଉପରେ କଟକଣା ଜାରି କରିଥିଲେ ।
ମାତ୍ର ସେପ୍ଟେମ୍ବର ୨୭ ତାରିଖରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଆର୍ବିଆଇ ଜମା ଟଙ୍କା ଉଠାଣ ସୀମା ବୃଦ୍ଧି କରିଥିଲେ । ଏକ ହଜାର ଟଙ୍କାରୁ ଉଠାଣକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ । ଏହା ବ୍ୟାଙ୍କର ଖାତାଧାରୀମାନଙ୍କ ପାଇଁ ଏକ ଖୁସୀ ଖବର ଥିଲା । ଏହି ବ୍ୟାଙ୍କର ଅଧିକାଂଶ ଖାତାଧାରୀ ବ୍ୟବସାୟୀ ଓ ଶ୍ରମିକ ।
ମାତ୍ର ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିଲା । ଡିଆଇସିଜିସି ବା ଡିପୋଜିଟ୍ ଇନସ୍ୟୁରାନସ୍ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ସୁରକ୍ଷା କରୁଥିବା ଆରବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକ ଜେବି ଭୋରିଆ କହିଛନ୍ତି ।
ଏହା ବ୍ୟତୀତ ଲିକ୍ୟୁଡ୍ ଆସେଟ୍ ବା ମୁଦ୍ରା ଥିବା ସେ କହିଛନ୍ତି । ଭୋରିଆ ବ୍ୟାଙ୍କର ଜମାକାରୀ ଓ ଖାତାଧାରୀଙ୍କୁ ତାଙ୍କର ଟଙ୍କା ଓ ଜମା ସୁରକ୍ଷିତ ଥିବା କଥା ଆଶ୍ୱସନା ଦେଇଛନ୍ତି ।
ଆରବିଆଇର ନିୟମ ଅନୁସାରେ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଓ କୋ ଅପରେଟିଭ୍ ବ୍ୟାଙ୍କ । ଡିଆଇସିଜିସି ବା ଡିପୋଜିଟ୍ ଇନସ୍ୟୁରାନସ୍ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଅଧିନରେ ବୀମା କରାଯାଇଛି । କେବେଳ ପ୍ରାଥମିକ କୋ ଅପରେଟିଭ୍ ବ୍ୟାଙ୍କଙ୍କୁ । ଡିଆଇସିଜିସି ବା ଡିପୋଜିଟ୍ ଇନସ୍ୟୁରାନସ୍ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଅଧିନରେ ବୀମା କରାଯାଇ ନାହିଁ ବୋଲି ମାଇ ମନି ମନ୍ତ୍ରାର ନିର୍ଦେଶକ ରାଜ ଖୋସଲା କହିଛନ୍ତି ।
ଆରବିଆଇର ନିର୍ଦେଶାବଳୀ ଅନୁସାରେ ସମସ୍ତ କୋ ଅପରେଟିଭ୍ ବ୍ୟାଙ୍କକୁ । ଡିଆଇସିଜିସି ବା ଡିପୋଜିଟ୍ ଇନସ୍ୟୁରାନସ୍ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଅଧିନରେ ବୀମା କରିବା ବାଧ୍ୟତାମୂଳକ । । ଡିଆଇସିଜିସି ବା ଡିପୋଜିଟ୍ ଇନସ୍ୟୁରାନସ୍ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ର ନିୟମ ଅନୁସାରେ ବ୍ୟାଙ୍କର ପ୍ରତ୍ୟେକ ଜମାକାରୀର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କାର ବୀମା କରାଯାଇଛି ଓ ଏହି ଟଙ୍କା ତାଙ୍କର ସୁରକ୍ଷିତ ରହିଛି । ସମସ୍ତ ସେଭିଙ୍ଗ ଆକାଉଣ୍ଟ ଓ ଫିକ୍ସଡ୍ ଡିପୋଜିଟ୍ ସୁରକ୍ଷିତ ରହିଛି । ବ୍ୟାଙ୍କ ଦେବାଳିଆ ସ୍ଥିତିରେ ବି ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଥାଏ ।
ଡିଆଇସିଜିସି ବା ଡିପୋଜିଟ୍ ଇନସ୍ୟୁରାନସ୍ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଅଧିନରେ କେଉଁ ଜମାଟଙ୍କା ସୁରକ୍ଷିତ ରହିଥାଏ –
। ଡିଆଇସିଜିସି ବା ଡିପୋଜିଟ୍ ଇନସ୍ୟୁରାନସ୍ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଅଧୀନରେ ବିଦଶ ସରକାରଙ୍କ ଜମା ଟଙ୍କା , ରାଜ୍ୟଓ କେନ୍ଦ୍ର ସରକାରଙ୍କ ଜମା, ଇଣ୍ଟର ବ୍ୟାଙ୍କ ଜମା, ରାଜ୍ୟ ଭୂମି ବିକାଶ ବ୍ୟାଙ୍କର ଜମା, ରାଜ୍ୟ କୋ ଅପରେଟିଭ୍ ବ୍ୟାଙ୍କର ଜମା , ଯଦି ବ୍ୟାଙ୍କର ଅଲଗା ଅଲଗା ଶାଖାରେ ଆପଣଙ୍କ ଜମା ଟଙ୍କା ରହିଛି ତେବେ ଆପଣ ଗୋଟିଏ ଆକଉଣ୍ଟରେ ଇନ୍ସ୍ୟୁରଡ୍ ଅଛନ୍ତି । ଆପଣଙ୍କୁ ଏକ ଲକ୍ଷ ଟଙ୍କା ମିଳିବ ।
ଏହି କଭରେଜ୍ରସୀମା ଅଲଗା ଅଲାଗ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଏହା ଅଲଗା ଅଲଗା ଲାଗୁ ହୋଇଥାଏ ।
ଆପଣଙ୍କର ଯଦି ଏ ଓ ବି ଦୁଇଟି ବ୍ୟାଙ୍କରେ ଖାତା ବା ଆକାଉଣ୍ଟ ଅଛି ତେବେ ଆପଣ ଦୁଇଟି ଆକାଉଣ୍ଟ ପାଇଁ ଇନ୍ସ୍ୟୁରଡ୍ ଅଛନ୍ତି ଏକ ଲକ୍ଷ ଟଙ୍କା ହିସାବରେ ।
ଆର୍ବିଆଇ ର ନିର୍ଦେଶାବଳୀ ଅନୁସାରେ ସିଙ୍ଗଲ୍ ଓ ଜଏଣ୍ଟ ଆକାଉଣ୍ଟ ଅଲଗା ଅଲଗା ଇନସ୍ୟୁରଡ୍ ହୋଇଛନ୍ତି ।
ଯଦି ବ୍ୟାଙ୍କ କୌଣସି ଅସୁବିଧାର ସମ୍ମୁଖୀନ ହୁଏ ତେବେ ଉଭୟ ସିଙ୍ଗଲ୍ ଓ ଜଏଣ୍ଟ ଆକାଉଣ୍ଟ ଇନ୍ସ୍ୟୁରଡ୍ ଅଛନ୍ତି ।
ଇସିଏସ୍ ଓ ଏସ୍ଆଇପି ଏବଂ ଇନ୍ସ୍ୟୁରାନସ୍ର ପ୍ରିମିୟମ ଅଲଗା ମାସିକ୍ ବିଲ୍ ଦେୟ,ଆମାଉଣ୍ଟ ଆପଣଙ୍କ ପିଏମ୍ସି ବ୍ୟାଙ୍କ ଆକାଉଣ୍ଟରୁ କଟିବନି । ଏଥିପାଇଁ ଆପଣଙ୍କୁ ଏକ ନୂଆ ବ୍ୟାଙ୍କ ଆକାଉଣ୍ଟକୁ ରେଜିଷ୍ଟାର କରିବାକୁ ପଡିବ ।
ପିଏମ୍ସି ବ୍ୟାଙ୍କ ଏହାକୁ ପୂରଣ କରିବାରେ ସଫଳ ହୋଇ ନଥିଲା । ଗତ ୬ ମାସରେ ରିଅଲ୍ ଇଷ୍ଟେଟ୍ କମ୍ପାନୀମାନଙ୍କୁ ଅଧିକ ଋଣ ଦେଇଥିଲା । କୋ ଅପରେଟିଭ୍ ବ୍ୟାଙ୍କ ଗୁଡିକ ସାଧାରଣ ବ୍ୟାଙ୍କ ଠାରୁ ଅଧିକ ସୁଧ ନେଇ ଥାଆନ୍ତି । ଏହା ରାଜ୍ୟ ଓ ଆର୍ବିଆଇ ଉଭୟ ଦ୍ୱାରା ପରିଚାଳିତ ହୋଇଥାଆନ୍ତି ।଼
ଆର୍ବିଆଇ ପିଏସ୍ୟୁ ଓ ବେସରକାରୀ ବ୍ୟାଙ୍କ ସହ ଅଧିକ ଶକ୍ତ ନିୟମ ପ୍ରଣୟନ କରିଥାଆନ୍ତି ଏହାଦ୍ୱାରା ଜମାକାରୀଙ୍କ ସ୍ୱାର୍ଥ ରେହାନୀ ହେବା ନାହିଁ ।
ପିଏନ୍ବିରେ ଅନିୟମିତତା ଦେଖାଦେଇଥିବା ବେଳେ ଆର୍ବିଆଇ ଏପରି ଶକ୍ତ ହୋଇଥିଲେ । ସବୁ ଟଙ୍କାକୁ ବ୍ୟାଙ୍କରେ ରଖିବା ଉଚିତ୍ ନୁହେଁ ଯେଉଁ ସମୟରେ ଆରବିଆଇ କୌଣସି କଟକଣା ଜାରି କରିଛନ୍ତି । ବ୍ୟାଙ୍କର ଆର୍ଥିକ ସ୍ଥିତି ଓ ଅବସ୍ଥିତି ଏହାର ସମ୍ପତି ଓ ପରିଚାଳନା ଉପରେ ନିଶ୍ଚିତ ଭାବେ ଦୃଷ୍ଟି ରଖନ୍ତୁ ।