ରାଜ୍ୟରେ ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‍ ଓଜନ ଯାଞ୍ଚ ହେବ

0 1,732

ଭୁବନେଶ୍ୱର .-  ରାଜ୍ୟର ସବୁ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ଅନେକ ଇଂରାଜୀ ମାଧ୍ୟମ ଓ ଘରୋଇ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବହି ଓ ଖାତା ସ୍କୁଲ ବ୍ୟାଗରେ ଆଣିବା ପାଇଁ ବାଧ୍ୟ କରାଯାଉଛି। ଓଜନିଆ ବ୍ୟାଗ ନେବାରୁ କୋମଳମତି ଶିଶୁଙ୍କର ଅଣ୍ଟା ଓ ମେରୁଦଣ୍ଡ ଉପରେ ଏହାର ଖରାପ ପ୍ରଭାବ ପଡୁଥିବା ଅଭିଯୋଗ ହୋଇଛି ।

ଏକ ସ୍କ୍ୱାଡ ଗଠନ କରି ସ୍କୁଲକୁ ଅଚାନକ ପରିଦର୍ଶନ କରି ବ୍ୟାଗର ଓଜନ ଯାଞ୍ଚ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ଶେଷସୁଦ୍ଧା ଏସବୁର ଯାଞ୍ଚ ରିପୋର୍ଟ ଏବଂ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସରକାରଙ୍କୁ ଅବଗତ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

Leave A Reply