ଗୁରୁବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗି ହେଲା ଚିତା

0 1,183

ପୁରୀ -ବୁଧବାରରେ ପାମ୍ପରିକ ଚିତୋଉ ଅମାବାସ୍ୟା ପାଳିତ ହୋଇଯାଇଛି । । ଘରେଘରେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଥିଲା ।
ଗୁରୁବାରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁବର୍ଣ୍ଣ ଚିତାଲାଗି କରାଯାଇଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କ ମସ୍ତକରୁ ସୁବର୍ଣ୍ଣ ଚିତା  ଓଲାଗି କରଯାଇଥିଲା ।

ଚିତଉ ଅମାବାସ୍ୟା ଅବସରରେ ଚିତଉ ପିଠା ଓ କ୍ଷୀରି ପ୍ରସ୍ତୁତ କରି କୁଳଦେବତାଙ୍କୁ ଅର୍ପଣ କରାଯିବା ପରେ କୃଷକମାନେ କ୍ଷେତପୂଜା କରିଥାନ୍ତି । ଚିତୋଉ ଅମାବାସ୍ୟା ପୂଜାର୍ଚ୍ଚନା ପଦ୍ଧତି ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଭାବରେ ପାଳନ
କରାଯାଇଥାଏ ।

Leave A Reply