ନୂଆଦିଲ୍ଲୀ . – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଉପଗ୍ରହ ଏବଂ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନା ଏବଂ ମହାକାଶ ଗବେଷଣା, ବିଜ୍ଞାନ ଏବଂ ପ୍ରୟୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବ୍ରୁନେଇ ଦାରୁସ୍ସଲାମ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛନ୍ତି । ଏହି ଏମଓୟୁ ୧୯ ଜୁଲାଇ, ୨୦୧୮ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା ।
ଏହି ଏମଓୟୁ ଦ୍ୱାରା ଭାରତକୁ ନିଜ ମହାକାଶ ମିଶନ ଏବଂ ଉତକ୍ଷେପଣ ଯାନ ଲାଗି ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ଜାରି ରଖିବା, ରକ୍ଷଣାବେକ୍ଷଣ ଏବଂ ଏହାକୁ ଆହୁରି ଉନ୍ନତ କରିବା ଲାଗି କାର୍ୟ୍ୟ ଜାରି ରଖିବାରେ ସହାୟତା ମିଳିପାରିବ । ଏଥିସହିତ ଏହାଦ୍ୱାରା ଭାରତୀୟ ମହାକାଶ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ବ୍ରୁନେଇ ଦାରୁସସଲାମର ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଜରିଆରେ ମହାକାଶ ସମ୍ବନ୍ଧୀୟ ଗତିବିଧିରେ ନିଜସ୍ୱ ବିଶେଷଜ୍ଞତା ଏବଂ ଅଭିଜ୍ଞତାକୁ ବାଂଟିବାରେ ସହାୟତା ମିଳିପାରିବ ।
ଏହି ଏମଓୟୁ ଅଧୀନରେ ବ୍ରୁନେଇ ଦାରୁସ୍ସଲାମ ସହିତ ସହଯୋଗ ଫଳରେ ଭାରତର ମହାକାଶ ମିଶନ ଏବଂ ଉତକ୍ଷେପଣ ଯାନର ସହାୟତା ଲାଗି ଭାରତୀୟ ଗ୍ରାଉଣ୍ଡ ଷ୍ଟେସନର ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନୟନରେ ସହାୟତା ମିଳିପାରିବ । ଏହାଦ୍ୱାରା ଦେଶକୁ ସମସ୍ତ କ୍ଷେତ୍ର ଏବଂ ବର୍ଗକୁ ଫାଇଦା ମିଳିପାରିବ ।
ଏହି ଏମଓୟୁ ଦ୍ୱାରା ମହାକାଶ ପ୍ରଯୁକ୍ତି ପ୍ରୟୋଗ କ୍ଷେତ୍ରରେ ପ୍ରଶିକ୍ଷଣ ଏବଂ ଗ୍ରାଉଣ୍ଡ ଷ୍ଟେସନର ପରିଚାଳନାରେ ନୂତନ ଅନୁସନ୍ଧାନ ଗତିବିଧିକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ ।