ବାହ୍ୟ ମହାକାଶ ଗବେଷଣା ଓ ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ଭାରତ – ଦକ୍ଷିଣ ଆଫ୍ରିକା ସହଯୋଗ ବୁଝାମଣା

0 591

ନୂଆଦିଲ୍ଲୀ . – ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ଅନୁସନ୍ଧାନ ଏବଂ ଉପଯୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା । ଏହି ବୁଝାମଣା ୨୬ ଜୁଲାଇ, ୨୦୧୮ରେ ଜୋହାନ୍ସବର୍ଗରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ଏମଓୟୁ ଅଧୀନରେ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ପାଇଁ ନିଷ୍ପତ୍ତି ହୋଇଛି-

କ. ଭୂ-ପୃଷ୍ଠର ରିମୋଟ ସେନ୍ସିଂ

ଖ. ଉପଗ୍ରହ ସଂଚାର ଏବଂ ଉପଗ୍ରହ ଆଧାରିତ ନେଭିଗେସନ

ଗ. ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ

ଘ. ମହାକାଶ ଯାନ, ଉତକ୍ଷେପଣ ଯାନ, ମହାକାଶ ପ୍ରଣାଳୀ ଏବଂ ଭୂମିଗତ ପ୍ରଣାଳୀର ଉପଯୋଗ

ଙ. ଭୂ-ସ୍ଥାନିକ ଉପାୟ ଏବଂ ପ୍ରଯୁକ୍ତି ସହିତ ମହାକାଶ ପ୍ରଯୁକ୍ତିର ବ୍ୟବହାରିକ ପ୍ରୟୋଗ

ଚ. ଉଭୟ କ୍ଷେତ୍ର ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ସହଯୋଗର ଅନ୍ୟାନ୍ୟ କ୍ଷେତ୍ର

ଏହି ଏମଓୟୁ ଅନ୍ତର୍ଗତ ନିମ୍ନଲିଖି ଉପାୟରେ ସହଯୋଗ କରାଯିବ ।

୧. ପାରସ୍ପରିକ ଲାଭ ଏବଂ ସ୍ୱାର୍ଥର ମିଳିତ ମହାକାଶ ପ୍ରକଳ୍ପର ନିୟୋଜନ ଏବଂ କାର୍ୟ୍ୟାନ୍ୱୟନ

୨. ସମର୍ଥନକାରୀ ମହାକାଶ ଗତିବିଧି ଲାଗି ଗ୍ରାଉଣ୍ଡ ଷ୍ଟେସନ ପ୍ରତିଷ୍ଠା, ପରିଚାଳନା ତଥା ରକ୍ଷଣାବେକ୍ଷଣ

୩. ଉପଗ୍ରହ ଡାଟା ପ୍ରୟୋଗର ପରିଣାମ ଏବଂ ବୈଜ୍ଞାନିକ ଏବଂ ପ୍ରଯୁକ୍ତି ସୂଚନାର ଆଦାନପ୍ରଦାନ

୪. ମିଳିତ ଗବେଷଣା ଏବଂ ବିକାଶ ଗତିବିଧି

୫. ସହଯୋଗ କାର୍ୟ୍ୟକ୍ରମରେ ଭାଗ ନେବା ଲାଗି ନିର୍ଦ୍ଧାରିତ ବୈଷୟିକ ଏବଂ ବୈଜ୍ଞାନିକ ବିଶେଷଜ୍ଞମାନଙ୍କ ଆଦାନପ୍ରଦାନ

୬. ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିରେ କ୍ଷମତା ନିର୍ମାଣ ଏବଂ ସାମାଜିକ ଉଦ୍ଦେଶ୍ୟ ଲାଗି ମହାକାଶ ଆପ୍ଲିକେସନ କାର୍ୟ୍ୟକ୍ରମ

୭. ମିଳିତ ସମ୍ମିଳନୀ, ସମ୍ମେଳନ ଏବଂ ବୈଜ୍ଞାନିକମାନଙ୍କ ବୈଠକର ଆୟୋଜନ

୮. ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ପାରସ୍ପରିକ ସହମତି ଆଧାରରେ ଲିଖିତ ଭାବେ ସହଯୋଗ ବ୍ୟତୀତ ପଦ୍ଧତି ନିର୍ଦ୍ଧାରଣ କରାଯିବ ।

ଲାଭ :ଏମଓୟୁରେ ସ୍ୱାକ୍ଷର ହେବା ଦ୍ୱାରା ମହାକାଶ ପ୍ରଯୁକ୍ତି ଏବଂ ଭୂ-ପୃଷ୍ଠର ରିମୋଟ ସେନ୍ସିଂ, ଉପଗ୍ରହ ସଂଚାର ଏବଂ ଉପଗ୍ରହ ଆଧାରିତ ନେଭିଗେସନ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ଏବଂ ଗ୍ରାଉଣ୍ଡ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ପ୍ରୟୋଗ ସହିତ ଅନ୍ୟ ପ୍ରୟୋଗାତ୍ମକ କ୍ଷେତ୍ରରେ ସହଯୋଗର ସମ୍ଭାବନା ଜାରି ରଖିବାରେ ସହାୟତା ମିଳିପାରିବ ।

Leave A Reply