ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚାଇଲେ ସାହାଯ୍ୟକାରୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଆସନ୍ତା ୧୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧିତ ଏକ ଚିଠି ମଧ୍ୟ ଓଡ଼ିଶା ସରକାରଙ୍କୁ ମିଳିଛି । ତଦନୁଯାୟୀ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବା ପାଇଁ ରାଜ୍ୟ
ସରକାର ନିଜ ତରଫରୁ ରାଜ୍ୟବ୍ୟାପୀ ୨୫ ହଜାର ସ୍ୱେଚ୍ଛାସେବୀଙ୍କୁ ଚିହ୍ନଟ କରିବେ ।
Sign in
Sign in
Recover your password.
A password will be e-mailed to you.