୫୦୦୦ ବର୍ଷର ପୁରୁଣା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ କଲେ ପୂଜାର୍ଚ୍ଚନା

0 982

ନୂଆଦିଲ୍ଲୀ: ଗୁରୁବାୟୁର କେରଳର ତ୍ରିଶୁର ଜିଲ୍ଲାର ଗୋଟିଏ ଗାଁ ଅଟେ । ତ୍ରିଶୁର ସହରର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି । ଏହି ସ୍ଥାନ ଭଗବାନ କୃଷ୍ଣଙ୍କର ମନ୍ଦିର ପାଇଁ ଦକ୍ଷିଣ ଭାରତରେ ଖ୍ୟାତି ଅର୍ଜନ କରିଛି । ଗୁରୁବାୟୁର କେରଳର ଲୋକପ୍ରିୟ ତୀର୍ଥ ସ୍ଥାନ ମାନଙ୍କରୁ ଅନ୍ୟତମ । ଏହି ମନ୍ଦିରର ଦେବତା ଭଗବାନ ଗୁରୁବାୟୁରପ୍ପନ ଅଟନ୍ତି, ଯିଏ ବାଲଗୋପାଳ (କୃଷ୍ଣ ଭଗବାନଙ୍କ ବଲ୍ୟ ରୂପ) ରୂପରେ ରହିଛନ୍ତି । ଏହି ସ୍ଥାନକୁ ଦକ୍ଷିଣର ଦ୍ୱାରିକା ନାମରେ ମଧ୍ୟ ଡକାଯାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶନିବାର କେରଳ ପହଂଚି ଗୁରୁବାୟୁର ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଛନ୍ତି । ଏହି ମନ୍ଦିରରେ ନିଜର ଓଜନ ସମାନ ଜିନିଷ ଭଗବାନଙ୍କୁ ଅର୍ପଣ କରିବାର ପ୍ରଥା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ନିଜର ଓଜନ ସମାନ ପଦ୍ମ ଫୁଲ ଭଗବାନଙ୍କୁ ଅର୍ପଣ କରିଥିଲେ ।

ଗୁରୁବୟୁରର ଅର୍ଥ ଓ ମୁର୍ତ୍ତିର ଇତିହାସ
ଗୁରୁର ଅର୍ଥ ହେଉଛି ଦେବଗୁରୁ ବୃହସ୍ପତି, ବାୟୁର ଅର୍ଥ ହେଉଛି ଭଗବାନ ବାୟୁଦେବ ଓ ୟୁର ର ଅର୍ଥ ଗୋଟିଏ ମାଲାୟମ ଶବ୍ଦ ଅଟେ, ଯାହାର ଅର୍ଥ ହେଉଛି ଭୂମି । ଏଥିପାଇଁ ଏହି ଶବ୍ଦର ପୂରା ଅର୍ଥ ହେଉଛି –ଯେଉଁ ଭୁମିରେ ଦେବଗୁରୁ ବୃହସ୍ପତି ବାୟୁର ସହାୟତାରେ ସ୍ଥାପନା କରିଛନ୍ତି । ଗୁରୁବାୟୁର ସହର ଓ ଭଗବାନ ଗୁରୁବାୟୁରପ୍ପନଙ୍କ ବିଷୟରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି । କୁହାଯାଏ ଯେ କଳିଯୁଗର ଆରମ୍ଭରେ ଗୁରୁ ବୃହସ୍ପତି ଓ ବାୟୁ ଦେବତାଙ୍କୁ ଭଗବାନ କୃଷ୍ଣଙ୍କ ଏକ ମୂର୍ତ୍ତି ମିଳିଥିଲା । ମାନବ କଲ୍ୟାଣ ପାଇଁ ବାୟୁ ଦେବତା ଓ ଗୁରୁ ବୃହସ୍ପତି ଗୋଟିଏ ମନ୍ଦିରରେ ଏହାର ସ୍ଥାପନା କଲେ ଓ ସେ ଦୁଇ ଜଣଙ୍କ ନାମ ଅନୁସାରେ ଭଗବାନଙ୍କ ନାମ ଗୁରୁବାୟୁରପ୍ପନ ଓ ସହରର ନାମ ଗୁରୁବାୟୁର ହୋଇଛି । ମନ୍ୟତା ରହିଛି ଯେ କଳିଯୁଗ ଆଗରୁ ଦ୍ୱାପର ଯୁଗ ସମୟରୁ ଏହି ମୁର୍ତ୍ତି ଶ୍ରୀକୃଷ୍ଣଙ୍କ ସମୟରେ ମଧ୍ୟ ରହିଥିଲା ।

କେମିତି ଦେଖାଯାଏ ଏହି ମୂର୍ତ୍ତି
ଗରୁବାୟୁରପ୍ପନ ମନ୍ଦିରରେ ଭଗବାନ କୃଷ୍ଣଙ୍କ ଚାରି ହାତ ଥିବା ମୂର୍ତ୍ତି ରହିଛି, ଯେଉଁଥିରେ ଭଗବାନ ଗୋଟିଏ ହାତରେ ଶଙ୍ଖ, ଦ୍ୱିତିୟ ହାତରେ ସୁଦର୍ଶନ ଚକ୍ର ଓ ତୃତୀୟ ହାତରେ ପଦ୍ମ ଫୁଲ ଓ ଚତୁର୍ଥ ହାତରେ ଗଦା ଧାରଣ କରିଛନ୍ତି । ଏହି ମୂର୍ତ୍ତିର ପୂଜା ଭଗବାନ କୃଷ୍ଣଙ୍କ ବାଲ୍ୟ ରୂପ ଭାବରେ କରାଯାଏ । ଏହି ମନ୍ଦିରରେ ଆକର୍ଷଣୀୟ ଚିତ୍ର କରାଯାଇଛି ଯାହା କୃଷ୍ଣଙ୍କ ବଲ୍ୟ ଲୀଲାକୁ ପ୍ରସ୍ତୁତ କରିଥାଏ । ଏହି ମନ୍ଦିରକୁ ଭୂଲୋକର ବୈକୁଣ୍ଠ ନାମରେ ମଧ୍ୟ ଜଣାଯାଏ ଯାହାର ଅର୍ଥ ହେଉଛି ପୃଥିବୀରେ ବୈକୁଣ୍ଠ ଲୋକ ।

ମନ୍ଦିରର ଇତିହାସ ଓ ପ୍ରସିଦ୍ଧି
ଗୁରୁବାୟୁର ନିଜର ମନ୍ଦିର ପାଇଁ ସର୍ବାଧିକ ପ୍ରସିଦ୍ଧ ଅଟେ, ଯାହା କେତେ ଶତାବ୍ଦୀ ପୁରୁଣା ଅଟେ ଓ କେରଳରେ ବହୁତ ମହତୃପୂର୍ଣ୍ଣ ଅଟେ । ମାନ୍ୟତା ଅନୁସାରେ ଏହି ମନ୍ଦିରର ନିର୍ମାଣ ସ୍ୱୟଂ ବିଶ୍ୱକର୍ମା ଦ୍ୱାରା କରାଯାଇଥିଲା ଓ ମନ୍ଦିରର ନିର୍ମାଣ ଏହିପରି ହୋଇଛି ଯେ ସୂର୍ଯ୍ୟର ପ୍ରଥମ କିରଣ ସିଧା ଭଗବାନ ଗୁରୁବାୟୁରଙ୍କ ପାଦ ତଳେ ପଡିବ । ଗୁରୁବାୟୁରପ୍ପନ ମନ୍ଦିରକୁ ଦକ୍ଷିଣର ଦ୍ୱାରିକା ନାମରେ ମଧ୍ୟ ଜଣାଯାଏ । ମନ୍ଦିର ୫୦୦୦ ବର୍ଷ ପୁରୁଣା ଅଟେ ଓ ୧୬୩୮ରେ ଏହାର କିଛି ଅଂଶର ପୁନଃନିର୍ମାଣ କରାଯାଇଥିଲା । ଭଗବାନ କୃଷ୍ଣ ବାଲ୍ୟ ରୂପରେ ଏହି ମନ୍ଦିରରେ ବିରାଜମାନ ଅଟନ୍ତି । ଅନ୍ୟ ଏକ ପୌରାଣିକ ମାନ୍ୟତା ଅନୁସାରେ, ମନ୍ଦିରର ନିର୍ମାଣ ଦେବଗୁରୁ ବୃହସ୍ପତି କରିଥିଲେ । ଏହି ମନ୍ଦିରକୁ ହିନ୍ଦୁମାନଙ୍କ ବ୍ୟତିତ ଅନ୍ୟ ଧର୍ମର ଲୋକ ପ୍ରବେଶ କରିପାରିବେ ନାହିଁ ।

Leave A Reply