ମୁମ୍ବାଇ ଉପକୂଳ ଦେଇ ଅତିକ୍ରମ କରିବ ‘ବାୟୁ’, ଗୁଜୁରାଟର କିଛି ସ୍ଥାନରେ ବର୍ଷା

0 1,188

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ଜୁନ ୧୩ରେ ଗୁଜୁରାଟ ଉପକୂଳକୁ ସ୍ପର୍ଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି । ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ ବାତ୍ୟା ଏବେ ସ୍ଥଳ ଭାଗ ଭେରାବଲ ଠାରୁ ୩୫୦ କିଲୋମିଟର ଦୂରରେ ରହିଛି । ଗୁଜୁରାଟ ଉପକୂଳ କାଣ୍ଠେ ନିକଟରେ ବାତ୍ୟା ସ୍ଥଳ ଭାଗକୁ ଛୁଇଁବ । ମାତ୍ର ବାତ୍ୟା ଆସିବା ପୂର୍ବରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ କିଛି ସ୍ଥାନରେ ଆକାଶରେ ବାଦଲ ଢାଙ୍କି ହୋଇଯାଇଛି । ସେହିଭଳି ଗୁଜୁରାଟର କିଛି ସ୍ଥାନରେ ପବନ ବହିବା ଆରମ୍ଭ ହୋଇଯାଇଛି ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଏକ ଜରୁରୀ ବୈଠକରେ ବାତ୍ୟା ସଂପର୍କୀତ ପ୍ରସ୍ତୁତି ନିମନ୍ତେ ଆଲୋଚନା କରିଛନ୍ତି । ସମୁଦ୍ର ଭିତରକୁ ମତ୍ସଜୀବୀମାନଙ୍କୁ ବାରଣ କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ଅଂଚଳରେ ତଟରକ୍ଷୀ ବାହିନୀ ଆଲର୍ଟ ରହିବାକୁ ପରାମର୍ଶ ଜାରି କରି ଦିଆଯାଇଛି । ସେହିଭଳି ରାଜ୍ୟର ୧୦ ଟି ଜିଲ୍ଲାରେ ୧୩ ଓ ୧୪ରେ ସ୍କୁଲ-କଲେଜକୁ ଛୁଟି ଘୋଷଣା କରି ଦିଆଯାଇଛି ।

Leave A Reply