ଗୁଜୁରାଟ ଉପକୂଳ ନିକଟ ଦେଇ ଅତିକ୍ରମ କରିବ ଝଡ଼ ବାୟୁ
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଅନୁସାରେ ଆରବ ସାଗରରୁ ସୃଷ୍ଟି ହୋଇଥିବା ଝଡ଼ ‘ବାୟୁ’ ଗୁରୁବାର ଗୁଜୁରାଟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ମାତ୍ର ଏହା ଗୁଜୁରାଟକୁ ସଂପୂର୍ଣ୍ଣ ରୂପେ ପ୍ରଭାବିତ କରିବ ନାହିଁ । ଝଡ଼ ଉପକୂଳ ନିଟକ ଦେଇ ଅତିକ୍ରମ କରିପାରେ । ଏଥି ପାଇଁ ମହାରାଷ୍ଟ୍ର ଉପକୂଳରେ ଆଲର୍ଟ ଜାରି କରି ଦିଆଯାଇଛି ।
ଗୁଜୁରାଟରେ ସମ୍ଭାବିତ ଝଡ଼କୁ ଦୃଷ୍ଟିରେ ରଖି ପୋରବନ୍ଦରରେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ) ଯବାନଙ୍କୁ ମୁତୟନ କରାଯାଇଛି । ପୋରବନ୍ଦରର ଚୌପାଟି ବେଳାଭୂମିରେ ୩୦-୩୦ ଜଣିଆ ୬ଟି ଟିମ ମୁତୟନ କରାଯାଇଛି । ଅହମଦାବାଦସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ବୈଜ୍ଞାନିକ ମନୋରମା ମହାନ୍ତିଙ୍କ ଅନୁସାରେ ଝଡ଼ ଯୋଗୁଁ ଗୁଜୁରାଟର ସୌରାଷ୍ଟ୍ର ଅଂଚଳରେ ପ୍ରବଳ ବର୍ଷା ହେବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୦ ରୁ ୧୬୦ କିଲୋମିଟର ରହିବ ।