ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ୍ରେ ଆମେ ଆହୁରି ଅଧିକ ପରିଶ୍ରମ କରିବୁ: ପାକିସ୍ତାନ ଅଧିନାୟକ
ଲଣ୍ଡନ: ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ କହିଛନ୍ତି, ତାଙ୍କର ଟିମ୍ ଫିଲ୍ଡିଂ କ୍ଷେତ୍ରରେ ଆହୁରି ପରିଶ୍ରମ କରିବ। ବିଶେଷ ଭାବେ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଟିମ୍ ନିଜର ସମସ୍ତ ପ୍ରକାରର ଶକ୍ତି ବ୍ୟବହାର କରିବ। ସୂଚନାଯୋଗ୍ୟ ଯେ, ମଂଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫୋଡ ଷ୍ଟାଡିୟମ୍ରେ ଜୁନ ୧୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ପାକିସ୍ତାନ ଟିମ୍ ବୁଧବାର ଅଷ୍ଟ୍ରେଲିଆ ଠାରୁ ୪୧ ରନ୍ରେ ପରାସ୍ତ ହୋଇଛି। ଏହା ପରେ ପାକିସ୍ତାନୀ ଖେଳାଳି ଭାରତ ବିପକ୍ଷରେ ମ୍ୟାଚ୍ ପାଇଁ ବଳ କଷୁଛନ୍ତି। ପଡ଼ିଆରେ ଖେଳାଳିଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ପାକିସ୍ତାନ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୭ତମ ମ୍ୟାଚରେ ପରାଜୟର ଶିକାର ହୋଇଥିଲା।
ଏହି ମ୍ୟାଚନରେ ପାକିସ୍ତାନୀ ବୋଲର ଆସିଫ ଅଲି ୧୦ ଓଭର ବୋଲିଂ କରି ୩୦ ରନ ଦେଇଥିଲେ। ଜବାବରେ ସେ ୫ଟି ଓ୍ଵିକେଟ ନେଇଥିଲେ। ଆସିପ ଅଲିଙ୍କୁ ସରଫରାଜ ପ୍ରଶଂସା କରିଛନ୍ତି। ମାତ୍ର ଆସିବଙ୍କ ପ୍ରଭାବ ଦେଖାଯିବା ପୂର୍ବରୁ ଅଷ୍ଟ୍ରେଲିଆ ଏକ ମଜବୁତ ସ୍କୋର କରିସାରିଥିଲ।ା ଓପନର ଡାଭିଡ ଓ୍ଵାର୍ଣ୍ଣର ଶତକ ହାସଲ କରିଥିବା ବେଳେ ଆରୋନ ଫିଞ୍ଚ ଏକ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ।
ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ପରାଜୟର କାରଣ ଫିଲ୍ଡି ବୋଲି ସରଫରାଜ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଭାରତ ବିପକ୍ଷରେ ମ୍ୟାଚ ପୂର୍ବରୁ ଆମେ ଫିଲ୍ଡିଂ ସଂଶୋଧନ କରିବୁ।