ଡାକ୍ତର ଆନ୍ଦୋଳନ: ପଶ୍ଚିମବଙ୍ଗ-ଦିଲ୍ଲୀ-ମୁମ୍ବାଇରେ ରୋଗୀ ହନ୍ତସନ୍ତ

0 843

ନୂଆଦିଲ୍ଲୀ: କୋଲକାତା ଠାରୁ ଆରମ୍ଭ କରି ମୁମ୍ବାଇ ଓ ଦିଲ୍ଲୀ ଯାଏଁ ରୋଗୀ ଚିକିତ୍ସା ଛାଡି ଡାକ୍ତରମାନେ ଆନ୍ଦୋଳନସ୍ଥଳକୁ ଓହ୍ଲାଇଛନ୍ତି । ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ଦେଖାଯାଇଛି । ପଶ୍ଚିମବଙ୍ଗରେ ଡାକ୍ତରୀ ଆନ୍ଦୋଳନକୁ ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ଅଖିଳ ଭାରତୀୟ ବିରୋଧ ଦିବସ ଘୋଷିତ ହୋଇଛି । ବାରାଣସୀର ବିଏଚୟୁରେ ମଧ୍ୟ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୋଲକାତାର ଏନଆରଏସ ମେଡିକାଲ କଲେଜରେ ୨ଜଣ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ କରାଯିବା ପରେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତରମାନେ ମଙ୍ଗଳବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ପଶ୍ଚିମବଙ୍ଗ ପରେ ଏବେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ଜୁନିୟର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପଶ୍ଚିମବଙ୍ଗରେ ରେଜିଡେଣ୍ଟ ଡାକ୍ତରଙ୍କ ଆନ୍ଦୋଳନ ୪ ଦିନ ହେବ ଜାରି ରହିଛି ।

Leave A Reply